Latest Odisha News

ରେଡକାର୍ଡ ପାଇବା ପରେ ରାତି ଯାକ ଶୋଇପାରି ନ ଥିଲେ ଅମିତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ତେବେ ହକିରେ ପଦକ ଧାରା ବଜାୟ ରଖିବାକୁ କ୍ରୀଡାପ୍ରେମୀ ବେଶ ପସନ୍ଦ କରିଛନ୍ତି । ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ ଖେଳୁଥିବା ଓଡିଶାର ଅମିତ ରୋହୀଦାସଙ୍କୁ ରେଡକାର୍ଡ ମିଳିଥିଲା । ଏହି ମ୍ୟାଚରେ ଭାରତ ବହୁ କଷ୍ଟରେ ୧୦ ଖେଳାଳିଙ୍କୁ ନେଇ ମୁକାବିଲା କରିଥିଲା । ସେଦିନ ମୁଁ ରାତି ଯାକ ଶୋଇପାରି ନ ଥିଲି ବୋଲି ଅମିତ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋ ସାଥୀ ଖେଳାଳିମାନେ ଏ ସମ୍ପର୍କରେ ମୋତେ କିଛି କହି ନ ଥିଲେ । ସେମାନଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ମୋ ଉପରେ ରହିଥିଲା । ଅମିତଙ୍କ ଷ୍ଟିକ ଭୁଲରେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳି ୱିଲ କ୍ୟାଲନେନଙ୍କ ଦେହରେ ବାଜିଥିଲା । ଯାହା ଫଳରେ ରେଫରୀ ତାଙ୍କୁ ରେଡକାର୍ଡ ଦେଖାଇଥିଲେ ।

ସେ ସେମିଫାଇନାଲରେ ଜର୍ମାନୀ ବିପକ୍ଷ ମୁକାବିଲାରେ ମଧ୍ୟ ଖେଳି ପାରି ନ ଥିଲେ । ୧୦ଜଣ ଖେଳାଳିଙ୍କୁ ନେଇ ଆମ ଟିମ ଯେଉଁଭଳି ପ୍ରଦର୍ଶନ କଲା ତାହା ସ୍ମରଣୀୟ ହୋଇ ରହିବ । ଏବେ ବ୍ରୋଞ୍ଜ ପଦକ ପାଇବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ହୋଇଥିଲି । ପିଆର ଶ୍ରୀଜେଶଙ୍କ ଅବସର ସମ୍ପର୍କରେ ସେ କହିଥିଲେ, ସେ ସିନା ପଡିଆରେ ଦେଖା ଦେବନି ତାଙ୍କ ମାର୍ଗଦର୍ଶକ ସର୍ବଦା ଆମ ସହିତ ରହିବ । ଆଗକୁ ଆମ ଲକ୍ଷ୍ୟ ପଦକର ରଙ୍ଗ ବଦଳାଇବା ବୋଲି ସେ କହିଛନ୍ତି ।

Comments are closed.