Latest Odisha News

BREAKING NEWS

ଆସନ୍ତୁ ଜାଣିବା ଅମିତା କିପରି ଆଦିତ୍ୟ ହୋଇଗଲେ

ଅହମ୍ମଦାବାଦ: ଗୁଜରାଟର ଅମରେଲୀ ଜିଲ୍ଲାର ମୁଂଜିୟାସାରି ଗ୍ରାମର ଅମିତା ଲିଙ୍ଗ ପରିବର୍ତନ କରି ଆଦିତ୍ୟ ପଟେଲ ହୋଇ ପାରିଛନ୍ତି । ଅମିତା ୩୧ ଜାନୁୟାରୀ ୧୯୯୪ରେ ଜଣେ ଝିଅ ଭାବେ ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ସେ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନ ଯାପନ କରୁଥିଲେ । ଜଣେ ଭଲ ଭଜନ ଗାୟିକା ଭାବେ ସେ ନାମ ମଧ୍ୟ କମାଇ ସାରିଥିଲେ । କଲେଜ ପଢ଼ିବା ପରେ ସେ ତାଙ୍କ ଶରୀରରେ ଅନେକ ପରିବର୍ତନ ଅନୁଭବ କରିଥିଲେ । ଧିରେ ଧିରେ ନିଜକୁ ପୁଅ ବୋଲି ଭାବିବାକୁ ଲାଗିଲେ । ସାହସ କରି ଘର ଲୋକଙ୍କୁ ଲିଙ୍ଗ ପରିବର୍ତନ କରିବା କଥା କହିଲେ । ପରିବାର ସହଯୋଗ କରିବା ପରେ ସେ ଦିଲ୍ଲୀର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ପୁରୁଷ ପାଲଟି ଯାଇଛନ୍ତି । ତାଙ୍କ ନାମ ଆଦିତ୍ୟ ପଟେଲ ରଖାଯାଇଛି ।

ସେ ଇତି ମଧ୍ୟରେ ଆଧାର କାର୍ଡଠାରୁ ଆରମ୍ଭ କରି ଅନ୍ୟ ସରକାରୀ କାଗଜପତ୍ରରେ ନିଜ ନାମ ପରିବର୍ତନ କରି ସାରିଛନ୍ତି । ଲିଙ୍ଗ ପରିବର୍ତନ କରିବା ପରେ ଅନେକ ସାମାଜିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଥିନେଇ ସେ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.