Latest Odisha News

BREAKING NEWS

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ସେ ଆକ୍ସନ ଫିଲ୍ମ ହେଉ ଅବା କମେଡି । ଇମ୍‌ସୋନାଲ ସିନ୍ ହେଉ ଅବା ରୋମାଂଟିକ । ସବୁଥିରେ ମାହିର ବିଗ୍ ବି । ନିଜ ଭଏସର ଜାଦୁରେ ସମସ୍ତଙ୍କୁ ପାଗଳ କରିଦିଅନ୍ତି ସେ । ସେଥିପାଇଁ ତ ତାଙ୍କୁ ବଲିଉଡର ମହାନାୟକ ବୋଲି କୁହାଯାଏ । ଦୀର୍ଘ ୫ ଦଶନ୍ଧି ଧରି ବଲିଉଡରେ ରାଜ କରୁଛନ୍ତି ଅମିତାଭ । ତାଙ୍କ କ୍ୟାରିଅରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡକୁ । ସବୁ ପ୍ରକାରର ଫିଲ୍ମ ସେ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଏତେ ବର୍ଷ କାମ କଲା ପରେ ମଧ୍ୟ ସେ ଥକି ନାହାନ୍ତି । ଏତେ ବୟସରେ ମଧ୍ୟ ନିଜ କାମରୁ ବିରାମ ନେବାକୁ ପ୍ରସ୍ତୁତ ନୁହନ୍ତି ବିଗ୍ ବି ।

ଫିଲ୍ମ ‘କୁଲି’ ପରେ ଜୀବନର ସବୁଠୁ ବଡ ବିପଦକୁ ସାମ୍ନା କରିଛନ୍ତି ବିଗ୍ ବି । ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ପୁରା ବଚ୍ଚନ ପରିବାର । ଏବେ ବୟସ ସହ ରୋଗ ବଢ଼ି ଚାଲିଥିଲେ ମଧ୍ୟ ପଛକୁ ଫେରିନାହାନ୍ତି ବଲିଉଡର ମେଗା ଷ୍ଟାର । ଟେଲିଭିଜନର ନମ୍ବର-୧ ରିଆଲିଟି ଶୋ’ ‘କେବିସି’ ପ୍ରସାରଣ ଚାଲିଛି । କରୋନା ଭିତରେ ଅମିତାଭଙ୍କ ‘ଗୁଲାବୋ ସିତାବୋ’ ରିଲିଜ ହୋଇଛି, ଯାହାକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ୭୮ ବର୍ଷରେ ମାୟାନଗରୀର ଏହି ମହାନାୟକଙ୍କ ଅଭିନୟ ଜାରି ରହିଛି ଏବଂ ଏହା ଆଗକୁ ଆହୁରି ଏଭଳି ଅନେକ ବର୍ଷ ଜାରି ରହୁ ବୋଲି ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.