ମୁମ୍ବାଇ: ୫୪ ବର୍ଷର ଲମ୍ବା ଯାତ୍ରା । ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି, ଲହୁଲୁହାଣ ବି ହୋଇଛନ୍ତି । ହେଲେ ପାଦ ଥକିନି । ଆଉ ସେଥିପାଇଁ ଆଜି ସେ ବାଦଶାହ.. ମହାନାୟକ..। ହଁ, ଆମେ କହୁଛୁ ବଲିଉଡର ଶହେନଶାହ ବିଗ ବି ଅମିତାଭ ବଚ୍ଚନଙ୍କ କଥା । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ଅମିତାଭ ।
ଶତାଧିକ ଫିଲ୍ମରେ କାମ କରିଥିବା ବିଗ ବିଙ୍କ କାହାଣୀ, ଆକ୍ସନ, ଇମୋଶନ,ଟ୍ରାଜେଡି ଏବଂ ମୋଟିଭେସନରେ ଭରପୂର । ବଲିଉଡର ଲମ୍ବା ଯାତ୍ରାରେ ସେ ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଏହା ସତ୍ତ୍ୱେ ସେ ଶତାବ୍ଦୀର ମହାନାୟକ ହୋଇ ରହିଛନ୍ତି ।
ଅମିତାଭ ବଚ୍ଚନ ବର୍ତ୍ତମାନ ସୁଦ୍ଧା ୧୭୫ ଫିଲ୍ମରୁ ଅଧିକ ଫିଲ୍ମ କଲେଣି । ଆନନ୍ଦ, ଜଞ୍ଜିର, ଶୋଲେ, ନମକହରାମ, ଅମର, ଆକବର, ଆନ୍ଥୋନୀ, ଚୁପକେ ଚୁପକେ, କାଲା ପଥର, ପିକୁ, ୧୦୨ ନଟ ଆଉଟ, ବଦଲା, ଗଲାବୋ ସିତାବୋ ଏବଂ ବ୍ରାହ୍ମାସ୍ତ୍ର ପରି ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏ ସବୁ ସତ୍ତ୍ୱେ ସେ ଏପରି ଫିଲ୍ମ ଦେଇଛନ୍ତି, ଯାହା ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛି । ଏଥିରେ ରହିଛି ନିଃଶବ୍ଦ, ବୁମ, ଚିନି କମ ପରି ଫିଲ୍ମ । ନିଃଶବ୍ଦରେ ବିଗ ବି ଦିବଂଗତ ଜିଆ ଖାନଙ୍କ ସହ କିଛି ଇଣ୍ଟିମେଣ୍ଟ ସିନ ବି କରିଥିଲେ । ସେଥିପାଇଁ ତାଙ୍କୁ ଅନେକ ସମାଲୋଚନା ଶିକାର ବି ହେବାକୁ ପଡିଥିଲା । ଏସବୁ ସତ୍ତ୍ୱେ ଅମିତାଭ ହିମ୍ମତ ହାରି ନ ଥିଲେ । ସେମିତି ଚାଲିଥିଲେ…ଆଉ ଚାଲିଥିଲେ.. ।
୧୯୬୯ରେ ଅମିତାଭ ବଚ୍ଚନ ସାତ ହିନ୍ଦୁସ୍ଥାନୀରେ ବଲଉଡରେ ପାଦ ରଖିଥିଲେ । ଆଭରେଜ ଥିଲା ଫିଲ୍ମ । ତଥାପି ପ୍ରଥମ ଫିଲ୍ମରେ ନ୍ୟୁ କମର କାଟେଗୋରିରେ ତାଙ୍କୁ ମିଳିଥିଲା ନାଶନାଲ ଆୱର୍ଡ । ଏହା ପରେ ଆନନ୍ଦ, ସଂଯୋଗ, ଜଞ୍ଜୀର, ନମକହରାମ ଏବଂ ଅଭିମାନ ପରି ଏକାଧିକ ଫିଲ୍ମରେ କାମ କରିଥିଲେ । ସମୟ ଏମିତି ଥିଲା ଅମିତାଭଙ୍କ ଫ୍ଲପ୍ ଫିଲ୍ମକୁ ବି ଦର୍ଶକ ଖୁବ ପସନ୍ଦ କଲେ ।
ବକ୍ସ ଅଫିସରେ ଫ୍ଲପ୍ ହେଲା କିନ୍ତୁ ଟିଭିରେ ଯେତେବେଳେ ଏହି ଫିଲ୍ମ ଚାଲିଲା, ଲୋକେ ଖୁବ ପସନ୍ଦ କଲେ ।୯୦ ଦଶକର ଫିଲ୍ମକୁ ଆଜି ବି ଲୋକେ ଖୁବ ପସନ୍ଦ କରନ୍ତି ।ପରବାନା, ଜମୀର, ମିଲି, ଦୋ ଅନଜାନେ, କସମେ ବାଦେ, ଦ ଗ୍ରେଟ ଗ୍ୟାମ୍ବଲର, ଦୋ ଔର ଦୋ ପାଞ୍ଚ, ତୁଫାନ, ଅଗ୍ନିପଥ, ଲାଲ ବାଦଶାହ, କୋହରମ ପରି ଅନେକ ଫିଲ୍ମ ଟିଭି ପରଦାରେ ଦର୍ଶକଙ୍କର ବେଶ ପ୍ରଶଂସା ସାଉଁଟିଥିଲା ।
ସବୁଠାରୁ ଖୁସିର କଥା ଥିଲା,ଫ୍ଲପ୍ ଫିଲ୍ମର ଗୀତ ସବୁ ସୁପର ହିଟ ହୋଇଥିଲା । ଆଜି ବି ଏହି ଗୀତ ଲୋକଙ୍କ ଓଠରେ ଗୁଣୁଗୁଣୁ ହେଉଛି । ଏହାବ୍ୟତୀତ ନିଜର ଗୀତ ଓ ନାଚ ପାଇଁ ଦର୍ଶଙ୍କ ମନକୁ କିଣି ନେଇଥିଲେ ଅମତାଭ । ଯିଏ ଅମିତାଭଙ୍କୁ ଜାଣିଛି ତା ମନରେ କେଉଁଠି ନା କେଉଁଠି ବିଗ ବିଙ୍କୁ ଦେଖିବା ପାଇଁ ଇଚ୍ଛାଟିଏ ରହିଛି । ଏବେ ବି ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି ବିଗ ବି । ନିଜ ଫ୍ୟାନ୍ସଙ୍କ ସହ ଖୁବ କଥା ହୁ୍ଅନ୍ତି । ୮୧ ବର୍ଷ ବୟସରେ ବି ଜଣେ ଯୁବକର ଜୋଶ ତାଙ୍କ ପାଖରେ ରହିଛି । ତାଙ୍କର ଏନର୍ଜୀ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ । ଜନ୍ମଦିନରେ ଅମିତାଭଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭ କାମନା….
Comments are closed.