Latest Odisha News

ଚର୍ଚ୍ଚାରେ ‘ଜଲ୍‌ସା’ରେ ଲାଗିଥିବା ୪ କୋଟିର ପେଣ୍ଟିଙ୍ଗ୍‌

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ସଦସ୍ୟଙ୍କ ଦିୱାଲୀ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଖାସ୍‌ ପେଣ୍ଟିଙ୍ଗ୍‌ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅମିତାଭ ବଚ୍ଚନ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବସିଛନ୍ତି ଏବଂ ପଛରେ ଏକ ଫଟୋ ଦୃଶ୍ୟମାନ ହୋଇଛି।

ଏହି ଫଟୋରେ ଏକ ବୁଲ୍‌ ଦୌଡୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟ ଏହି ପେଣ୍ଟିଂର ମୂଲ୍ୟ  ପ୍ରାୟ ୪ କୋଟି ଟଙ୍କା। ବର୍ତ୍ତମାନ ଏହି ଫଟୋକୁ ବିଗ୍‌ ବି ତାଙ୍କ ଘରେ ରଖିବାର ଜ୍ୟୋତିଷ ଏବଂ ଧାର୍ମିକ ଗୁରୁତ୍ୱ ବିଷୟରେ ଆଲୋଚନା ହେଉଛି।

ଦୀପାବଳିରେ ଅମିତାଭ ବଚ୍ଚନ ତାଙ୍କ ଘର ଜଲ୍‌ସାର ଏକ ଫଟୋ ସେୟାର କରିଥିଲେ। ଏଥିରେ ତାଙ୍କ କାନ୍ଥରେ ଲଗାଇଯାଇଥିବା ଏକ ଫଟୋକୁ ନେଇ ଚର୍ଚ୍ଚା ହେଉଛି। ଏହା ଉପରେ ଅନେକ ମେମ୍‌ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଏହାର ମୂଲ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଖବର ଅନୁଯାୟୀ, ଏହି ବୁଲ୍‌ ଜଣାଶୁଣା ପଞ୍ଜାବୀ କଳାକାର ମଞ୍ଜିତ ବାୱାଙ୍କର ଅଟେ। ସେ ସୁଫି, ଆଧ୍ୟାତ୍ମିକ ଏବଂ ପଶୁ ସମ୍ବନ୍ଧୀୟ ଚିତ୍ର ଆଙ୍କୁଥିଲେ। ଏହାର ମୂଲ୍ୟ ୪ କୋଟି ଟଙ୍କା ବୋଲି କୁହାଯାଉଛି।

Leave A Reply

Your email address will not be published.