Latest Odisha News

BREAKING NEWS

ସର୍ଜରୀ ପରେ ଫଟୋ ସେୟାର କଲେ ବିଗ୍ ବି

ମୁମ୍ୱାଇ: ସର୍ଜରୀ ସସପେନ୍ସ ଉପରୁ ପରଦା ହଟାଇଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ବ୍ଲଗ ଯୋଗେ ନିଜ ଫ୍ୟାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ସେୟାର କରିଛନ୍ତି । ବିଗ ବି କହିଛନ୍ତି ତାଙ୍କ ଆଖିରେ ସେ ଅସ୍ତ୍ରୋପଚାର କରାଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସୁସ୍ଥତା କାମନା ସହ ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଦେଇଛନ୍ତି ଅମିତାଭ ବଚ୍ଚନ । ଟାଇପିଂରେ କିଛି ଭୁଲ ଥିଲେ କ୍ଷମା କରିବାକୁ କହିଛନ୍ତି । ସୋସିଆଲ୍ ମିଡିଆରେ ସେୟାର କରିଥିବା ଫଟୋରେ କାନ ପାଖରେ ହାତ ରଖିଛନ୍ତି ବିଗ୍ ବି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ଗତକାଲି ବିଗ ବିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଖବର ସାମନାକୁ ଆସିଥିଲା । ନିଜେ ବ୍ଲଗରେ ଲେଖିଥିଲେ ଅମିତାଭ ବଚ୍ଚନ । ସର୍ଜରୀ ହେବ ବୋଲି ସୂଚନା ଦେଇଥିଲେ । ଏହାପରେ ବଲିଉଡ ସେହନଶାଙ୍କ ଲକ୍ଷ ଲକ୍ଷ ଫ୍ୟାନ ତାଙ୍କର ସୁସ୍ଥତା କାମନା କରିଥିଲେ । ଦିନେ ପରେ ଆଖିରେ ଅସ୍ତ୍ରୋପଚାର ହୋଇଥିବା ସୂଚନା ଦେବା ପରେ ଆଶ୍ୱସ୍ତ ହୋଇଛନ୍ତି ପ୍ରଶଂସକ ଓ ଶୁଭେଚ୍ଛୁ ।

Leave A Reply

Your email address will not be published.