Latest Odisha News

BREAKING NEWS

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଅପରେସନ୍ ହେବ: ବିଗ୍ ବି ସେୟାର କଲେ ପୋଷ୍ଟ

ମୁମ୍ୱାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି । ଏବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ଅସୁସ୍ଥତା ଯୋଗୁ ଖୁବଶୀଘ୍ର ସର୍ଜରୀ ହୋଇପାରେ । ବିଗ୍ ବି ନିଜ୍ ବ୍ଲଗରେ ପୋଷ୍ଟ କରିଥିବା ଏମିତି କିଛି ଲେଖାରୁ ଏଭଳି ଆଶଙ୍କା କରାଯାଉଛି । ସର୍ଜରୀ ସମ୍ପର୍କରେ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ ।

ତାଙ୍କର କଣ ହୋଇଛି ଓ କି ଅସ୍ତ୍ରୋପଚାର କରାଯିବ ସେସମ୍ପର୍କରେ କିଛି ସୂଚନା ଦେଇଛନ୍ତି । ନିଜ ବ୍ଲଗରେ ବିଗ୍ ବି ଲେଖିଛନ୍ତି, “ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏବେ ଲେଖି ପାରିବିନ”। ତେବେ ତାଙ୍କର ଅସ୍ତ୍ରୋପଚାର ହୋଇଛି ନା ଆଗକୁ ହେବ ସେସମ୍ପର୍କରେ କିଛି ସୂଚନା ମିଳି ନାହିଁ । ତେବେ ଅମିତାଭ ବଚ୍ଚନଙ୍କ ଏହି ବ୍ଲଗ ଦେଖିବା ପରେ ଲକ୍ଷ ଲକ୍ଷ ପ୍ରଶଂସକ ସୁସ୍ଥତା କାମନା କରିଛନ୍ତି ।

Leave A Reply

Your email address will not be published.