Latest Odisha News

BREAKING NEWS

ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କଲେ ଅମିତାଭ, ଟ୍ରୋଲ କଲେ ପ୍ରଶଂସକ

ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ହେଲେ ଏବେ ସେ ନିଜର ଏକ ଫଟୋକୁୁ ନେଇ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

ନିକଟରେ ଅମିତାଭ ନିଜର ଟୁଇଟର ଆକାଉଣ୍ଟରେ ତୁଳସୀଙ୍କୁ ଜଳ ଅର୍ପଣ କରୁଥିବାର ଏକ ଫଟୋ ସେୟାର କରିଥିଲେ । ହେଲେ ଏହି ଫଟୋରେ ଅମିତାଭ ନିଜର ବାମହାତରେ ଜଳ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ସଠିକ୍ ଭାବେ ଜଳ ଅର୍ପଣ କରନ୍ତୁ ବୋଲି ପରାମର୍ଶ ଦେଉଛନ୍ତି ।

ଏହି ଫଟୋକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ପ୍ରଶଂସକ ଲେଖିଛନ୍ତି, ‘ସାର, ତୁଳସୀରେ ଜଳ ଅର୍ପଣ କରିବା ସମୟରେ ଉଭୟ ହାତ ବ୍ୟବହାର କରାଯାଇଥାଏ । ସେହିଭଳି ଆଉ କିଛି ଲେଖିଛନ୍ତି ‘ସାର, ତୁଳସୀଙ୍କୁ ବାମହାତରେ ଜଳ ଅର୍ପଣ କରାଯାଇ ନ ଥାଏ । ପୂଜାରେ ଡାହାଣ ହାତ ବ୍ୟବହାର କରିବା କଥା ’ ବୋଲି କହିଛନ୍ତି । ତେବେ ବିଗ୍‌ବି ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Leave A Reply

Your email address will not be published.