Latest Odisha News

ମଶାଣୀରେ ଜଳୁଥିବା ଜୁଇ ପାଖରେ ଶୋଇଲେ ବୃଦ୍ଧ, କାରଣ ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଉତ୍ତରପ୍ରଦେଶ: ସାଧାରଣତଃ ହିନ୍ଦୁ ଧର୍ମରେ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ଶ୍ମଶାନକୁ ନେଇ ସେଠାରେ ଦାହ କରାଯାଇଥାଏ । ଶୁନଶାନ ସେହି ଶ୍ମଶାନଘାଟିରେ କେବଳ ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କର କାନ୍ଦିବାର ଶବ୍ଦ ଶୁଣାଯାଏ । ସେଠାକାର ପରିସ୍ଥିତି ଯେତିକି ଜଟିଳ ଥାଏ ସେତିକି ଭୟାନକ ମଧ୍ୟ । ତେବେ କଣ ଶ୍ମଶାନ ଘାଟିରେ ମୃତଦେହର ଦାହ ସତ୍କାର ବେଳେ ସେଠାରେ କେହି ଶୋଇଥିବାର କଥା ଆପଣ ଶୁଣିଛନ୍ତି କି ? ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣଙ୍କ ଆଖିରେ ଲୁହ ଆସିଯିବ । କାରଣ ଭିଡିଓରେ ଜଳୁଥିବା ଏକ ମୃତ ଦେହ ପାଖରେ ଜଣେ ବୃଦ୍ଧ ଶୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବାସ୍ତବରେ, ଭିଡିଓରେ ଜଣେ ବୃଦ୍ଧ ଶ୍ମଶାନରେ ଜଳୁଥିବା ଏକ ମୃତ ଦେହ ପାଖରେ ଶୋଇଛନ୍ତି | ଏହି ଦୃଶ୍ୟ ବିଳମ୍ବିତ ରାତିର । ସେଠାରେ ତାଙ୍କ ବ୍ୟତୀତ ସମଗ୍ର ଶ୍ମଶାନ ଘାଟରେ ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ଦେଖାଯାଉନାହାନ୍ତି । ସାଧାରଣତଃ ଲୋକମାନେ ଶ୍ମଶାନ ଘଟକୁ ଯିବା ପାଇଁ ଡରିଥାଆନ୍ତି । ସେପରି ପରିସ୍ଥିତିରେ ଜଣେ ବୃଦ୍ଧ କିଭଳି ଶ୍ମଶାନ ଘାଟରେ ଜଳୁଥିବା ଜୁଇ ପାଖରେ କିଭଳି ଅଚିନ୍ତା ନିଦ୍ରାରେ ଶୋାଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

ସୂଚନାନୁସାରେ, ଭାଇରାଲ ହେଉଥିବା ଏହି ଭିଡିଓଟି ଉତ୍ତରପ୍ରଦେଶର କାନପୁରର କୋହନା ପୋଲିସ ଷ୍ଟେସନ ଅଞ୍ଚଳର ଭୈରବ ଘାଟର ଅଟେ । ଦେଶରେ ଏବେ ଶୀତ ଲହରି ଜାରି ରହିଛି । ଶୀତରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ରକମର ଶୀତବସ୍ତ୍ର ପିନ୍ଧୁଛନ୍ତି । ବର୍ତ୍ତମାନ କାନପୁରରେ ତାପମାତ୍ରା ୮ ରୁ ୯ ଡିଗ୍ରୀ ତଳେ ରହିଛି । ଏପରି ପରିସ୍ଥିତିରେ ବୃଦ୍ଧଙ୍କ ପାଖରେ କେବଳ ଗୋଟେ ପତଳା କମ୍ବଳ ଅଛି । ତେଣୁ ଶୀତରୁ ରକ୍ଷା ପାଇବା ପାଇଁ ବୃଦ୍ଧ ଜଣଙ୍କ ଜଳୁଥିବା ଜୁଇର ସାହାଯ୍ୟ ନେଇଛନ୍ତି । ଜଳୁଥିବା ଜୁଇ ପାଖରେ ଶୋଇ ସେ ଶିତ ଦାଉରୁ ନିଜକୁ ରକ୍ଷା କରୁଛନ୍ତି ।

ଏହାକୁ ଦେଖି କିଛି ଲୋକ ବୃଦ୍ଧଙ୍କ ଏକ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ଏଠାରେ କାହିଁକି ଶୋଇଛନ୍ତି ବୋଲି ପଚାରିଥିଲେ । ବୃଦ୍ଧ ଜଣକ କହିଥିଲେ ଯେ ସେ ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଆସି ସେଠାରେ ଶୋଇଛନ୍ତି । ବୃଦ୍ଧଙ୍କର ଏହି କଥା ସତରେ ବହୁତ ହୃଦୟ ବିଦାରକ ଥିଲା । ତେବେ ଯଦିଓ ପ୍ରଶାସନ ଏଭଳି ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିବା ପାଇଁ ପ୍ରତିଦିନ କାର୍ଯ୍ୟ କରୁଛି, ତଥାପି ହଜାର ହଜାର ଲୋକ ଏବେବି ଅଛନ୍ତି ଯେଉଁମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏବଂ ଥଣ୍ଡା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.