Latest Odisha News

BREAKING NEWS

ପଥର ଖାଦାନରେ ବିସ୍ଫୋରଣ, ଜଣେ ମୃତ 

ଝାରସୁଗୁଡା: ପଥର ଖାଦାନରେ ବିସ୍ଫୋରଣ । ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିସ୍ଫୋରଣରେ ବାଦୀମାଲ ଗାଁର ୩୬ ବର୍ଷୀୟ ହରିଶଙ୍କର ଭୋଇଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟିଆରଏଲ୍‌ କ୍ରୋସାକୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ବନରହପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Leave A Reply

Your email address will not be published.