Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅନନ୍ତ ଚତୁର୍ଦ୍ଦଶୀ ନୀତି ପାଳିତ 

ପୁରୀ: ମଙ୍ଗଳବାର ଭାଦ୍ରବ ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଶ୍ରୀ ଅନନ୍ତ ଦେବଙ୍କ ପାଖରେ (ମୁକ୍ତି ମଣ୍ଡପ ନିକଟ ) ଅନନ୍ତ ଚତୁର୍ଦ୍ଦଶୀ ନୀତି ହୋଇଥାଏ । ଯୋଗଣିଆ, ମହାସ୍ନାନ ପାଇଁ ଆବଶ୍ୟକ ଜିନିଷମାନ ଯଥା ମହୁ,ଘିଅ,ଗୁଡ଼,କ୍ଷୀର, ଓ ଦହି ଏହି ପଞ୍ଚାମୃତ ପୂଜାପଣ୍ଡା ସାମନ୍ତଙ୍କୁ ଯୋଗାଇଲାପରେ ଅନନ୍ତ ମହାପ୍ରଭୁଙ୍କ ମହାସ୍ନାନ ବଢ଼ାଇ ଭୋଗ ସାରିବାପରେ ଅନନ୍ତଵ୍ରତ କଥା ପାଠ କରିଥିଲେ । ଏହାପରେ ଅନନ୍ତ ନାରାୟଣ ଦେବଙ୍କୁ ଯଥାରୀତି ଭୋଗ ଅର୍ପଣ ପରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇ ନୀତି ପାଳିତ ହୋଇଥିଲା ।

Leave A Reply

Your email address will not be published.