Latest Odisha News

BREAKING NEWS

ଅଜଗର ସହ ଖେଳିଲେ ଅନନ୍ୟା, ଫଟେ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଖୁବ ଚର୍ଚ୍ଚାରେ । କିଛ ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି । ଅନନ୍ୟା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ନିକଟରେ ସେ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇ ଆସିଥିଲେ ଚର୍ଚ୍ଚାକୁ । ଏବେ ଅନନ୍ୟାଙ୍କ ଲାଟେଷ୍ଟ ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଫଟୋ ସେୟାର କରି କହିଥିଲେ ଯେ ସେ ସାପକୁ ବହୁତ ପସନ୍ଦ କରନ୍ତି । ଫଟୋଗୁଡ଼ିକରେ ଅନନ୍ୟା ତାଙ୍କ ହାତରେ ଏକ ଅଜଗର ପରି ବିଷଧର ସାପ ସହିତ ଖେଳୁଥିବା ନଜର ଆସିଛନ୍ତି ।

ଅଜଗର ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ସାପ ତାଙ୍କର ପ୍ରିୟ ପଶୁ । ଏହି ଫଟୋକୁ ଦେଖି ତାଙ୍କର ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନନ୍ୟା ଏକ କମଳା ରଙ୍ଗର ମିନି ଡ୍ରେସ ପିନ୍ଧିଛନ୍ତି । ଅଫ ସୋଲଡର ପୋଷାକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ହାତରେ ଅଜଗର ଧରି ସେ ଗୋଟିଏ ପରେ ଗୋଟିଏ ଫଟୋ କ୍ଲିକ କରୁଛନ୍ତି । କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି- ‘ମୋ ପାଇଁ ସ୍ୱର୍ଗର ପରିଭାଷା … କୁକୁର ଏବଂ ସାପ । ମୋର ଦୁଇଟି ପ୍ରିୟ ଆନିମଲ ।

Leave A Reply

Your email address will not be published.