Latest Odisha News

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି ନେଇଛନ୍ତି । ଏକ ପୋଷ୍ଟ ମାଧ୍ୟମରେ ସେ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ୩ ମାସ ତଳେ କରିଥିବା ସର୍ଜରୀ ପରେ ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୁଁ କ୍ରିକେଟ ପଡିଆକୁ ଫେରିବି ମାତ୍ର ମୋର ନୂଆ ପରିଚୟ ଅନାୟା ମାଧ୍ୟମରେ, ବୋଲି ସେ କହିଛନ୍ତି । ଏ ଯାତ୍ରା ଏତେଟା ସହଜ ନ ଥିଲା । ମୋ ପରିବାର, ପ୍ରଶଂସକ ଓ ବନ୍ଧୁମାନଙ୍କ ସହଯୋଗ ବିନା ଏହା ସମ୍ଭବପର ହୋଇ ନ ଥାନ୍ତା ।

ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ହରମୋନ ରିପ୍ଲେସମେଂଟ ଥେରାପୀ ନେଇଥିଲେ । ଏହା ପରେ ମାଂଚେଷ୍ଟର ମେଟ୍ରୋ ପଲିଟନ ୟୁନିଭରସିଟି ସହ ସେ ଅନ୍ୟ କେତେଗୁଡିଏ ଟେଷ୍ଟ ମଧ୍ୟ କରାଇଥିଲେ । ଏଥିରେ ତାଙ୍କର ମସଲ୍ସ ଷ୍ଟ୍ରେନ୍ଥ, ସହନଶକ୍ତି, ଗ୍ଲୁକୋଜ ଓ ଅମ୍ଳଜାନସ୍ତରକୁ ମହିଳା ଖେଳାଳିଙ୍କ ସହ ତୁଳନା କରାଯାଇଥିଲା । ଫଳାଫଳ ସନ୍ତୋଷଜନକ ହେବା ପରେ ମୁଁ ମହିଳା କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଅନାୟଙ୍କ ନିଷ୍ଠାପର ଉଦ୍ୟମ ଓ ସଂଘର୍ଷକୁ ବେଶ ପ୍ରଶଂସା କରାଯାଉଛି ।

Comments are closed.