Latest Odisha News

ମିଳିଲା ୩ ଲକ୍ଷ ବର୍ଷ ତଳର ପ୍ରାଚୀନ ଜୀବାଶ୍ମ, ମାନବର ନୂଆ ପ୍ରଜାତି ନେଇ ବୈଜ୍ଞାନିକମାନେ ଆଶାୟୀ

ବେଜିଂ: ବୈଜ୍ଞାନିକମାନେ ୩ ଲକ୍ଷ ବର୍ଷ ତଳର ଏକ ଛୋଟ ପିଲାର ଜୀବାଶ୍ମ ପାଇଛନ୍ତି । ଏହି ପୁରାତନ ଖପୁରୀ ଏବଂ ଅନ୍ୟ ଅଂଶ ବିଶେଷ ମିଳିବା ପରେ ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି । ମାନବର ଏକ ନୂତନ ପ୍ରଜାତିର ଏହା ହୋଇପାରେ ବୋଲି ସେମାନେ ଆଶାୟୀ ଅଛନ୍ତି । ଏହି ଜୀବାଶ୍ମ ନିଏଣ୍ଡରଥଲ, ଡୋନିସୋବେନ୍ସ ଓ ହୋମୋ ସେପିଏନ୍ସ ସହ ମେଳ ଖାଉ ନାହିଁ । ହ୍ୟୁମାନ ଫ୍ୟାମିଲି ଟ୍ରିର ଏହା ନୂତନ ଶାଖା ଭାବେ ଯୋଡି ହୋଇପାରେ ବୋଲି ଆଶା କରାଯାଉଛି । ଏସିଆରେ ପ୍ରାଚୀନ ମାନବର ଏକ ବିଲୁପ୍ତ ପ୍ରଜାତି ୪ ଲକ୍ଷ ବର୍ଷ ତଳେ ନିଏଣ୍ଡରଥଲଠାରୁ ଅଲଗା ହୋଇ ଯାଇଥିଲେ । ଏହି ୧୨ କିମ୍ବା ୧୩ ବର୍ଷର ପିଲାର ଚେହେରା ଆଧୁନିକ ମାନବ ସହିତ ମେଳ ଖାଉଛି ।

ଚୀନରେ ୧ ଲକ୍ଷ ୨୦ ହଜାର ବର୍ଷ ତଳେ ହୋମୋସେପିଏପ୍ସ ଆସିବା କୁହାଯାଉଥିବା ବେଳେ ଏହା କିନ୍ତୁ ଅଫିସିଆଲ ଭାବେ ପୃଷ୍ଟି କରାଯାଇ ନାହିଁ । ଗବେଷକଙ୍କ ମତରେ ହୋମୋସେପିଏନ୍ସ ଓ ନିଏଣ୍ଡରଥଲର ଅନ୍ତିମ ପୂର୍ବଜ ଦକ୍ଷିଣ-ପଶ୍ଚିମ ଏସିଆରେ ସୃଷ୍ଟି ହେବା ପରେ ସମସ୍ତ ମହାଦ୍ୱୀପରେ ଏମାନେ ବ୍ୟାପି ଯାଇଥିଲେ ବୋଲି ଜର୍ଣ୍ଣାଲ ଅଫ ହ୍ୟୁମାନ ଇଭୋଲେଶନରେ ଖବର ପ୍ରକାଶ ପାଇଛି । ଉପରୋକ୍ତ ଜୀବାଶ୍ମ ଗବେଷକମାନଙ୍କ ପାଇଁ କେଉଁ ନୂତନ ତଥ୍ୟ ପ୍ରଦାନ କରୁଛି ତାହା ଦେଖିବା କଥା ।

Comments are closed.