Latest Odisha News

ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଭାବ ପ୍ରବଣ ହେଲେ ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଭାବପ୍ରବଣ ହୋଇ ପଡିଛନ୍ତି । ୧୦ ଜୁଲାଇରୁ ୧୪ ପର୍ଯ୍ୟନ୍ତ ଲର୍ଡସରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି । ମ୍ୟାଚ ପରେ ମୋ ଆଖିରୁ ଯେପରି ଲୁହ ନ ବାହାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଚେଷ୍ଟା କରିବି । ଏବେ ବି ମୁଁ ଭଲ ପ୍ରଦର୍ଶନ କରୁଛି । ତେବେ ଦିନେ ନା ଦିନେ ଏହା ଶେଷ ହେବ । ସବୁ କିଛି ଠିକଠାକ ଥିବା ବେଳେ ଅବସର ନେବା ଉଚିତ ପଦକ୍ଷେପ ହେବ । ମୁଁ ଜାଣିନିି, ତଥାପି ଅବସର ବ୍ୟତୀତ ମୋ ନିକଟରେ ଆଉ କିଛି ବିକଳ୍ପ ନାହିଁ । ୨୦୦୩ରେ ଜିମ୍ବାୱେ ବିପକ୍ଷରେ ସେ ଲର୍ଡସରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ।

୧୮୭ ଟେଷ୍ଟରେ ୩୪୮ ଇନିଂସରେ ସେ ୭୦୦ ୱିକେଟ ଅକ୍ତିଆର କରିଛନ୍ତି । ୩୨ ଥର ୫ ୱିକେଟ ଏବଂ ୧୦ ଥର ୩ ୱିକେଟ ସଫଳତା ହାସଲ କରିଛନ୍ତି । ସର୍ବାଧିକ ୱିକେଟ ହାସଲ କରିବାରେ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି । ମୁଥୟା ମୁରଲୀଧରନ (୮୦୦) ଓ ଶେନ ୱାର୍ଣ୍ଣେ ୭୦୮ ୱିକେଟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ ଆଣ୍ଡସନ ୧୯୪ ଦିନିକିଆ ଖେଳି ୨୬୯ ଏବଂ ଓ ୧୯ଟି ଟି୨୦ ମ୍ୟାଚରୁ ୧୮ ୱିକେଟ ଅକ୍ତିଆର କରିଛନ୍ତି । ୨୦୧୫ରେ ଶେଷ ଦିନିକିଆ ଏବଂ ୨୦୦୯ରେ ଅନ୍ତିମ ଟି୨୦ ମ୍ୟାଚ ଖେଳିଥିଲେ ।

Comments are closed.