ହାଇଦ୍ରାବାଦ: ବରିଷ୍ଠ ଓଡିଶା ବିଜେପି ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳବିଶ୍ୱଭୂଷଣ ହରିଚନ୍ଦନଙ୍କର କୋଭିଡ୧୯ ପରୀକ୍ଷଣ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜଭବନର ମୁଖ୍ୟ ସୁରକ୍ଷା ଅଧିକାରୀ, ଷ୍ଟାଫ୍ ନର୍ସ ଓ ଅନ୍ୟ କର୍ମଚାରୀ ସୋମବାର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଡାକ୍ତରୀ ଦଳ ରାଜ୍ୟପାଳଙ୍କ ସ୍ୱାବ ଏବଂ ରକ୍ତ ନମୁନା ପରୀକ୍ଷା ପାଇଁ ନେଇଥିଲେ। ଯାହାର ରିପୋର୍ଟ ନେଗେଟିଭ ଆସିଛି।
Comments are closed.