ଭୁବନେଶ୍ୱର: ୬.୧୬ କୋଟି ଟଙ୍କାରୁ ଅଧିକ ଠକେଇ ମାମଲା ରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟବସାୟୀ ଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସାଇବର ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ୩୯ ବର୍ଷୀୟ ଭେଦଗିରି ଶ୍ରୀନିବାସ ରାଓ ବୋଲି ଜଣାପଡିଛି ଯିଏକି ନକଲି କ୍ରିପ୍ଟୋକରେନ୍ସି ଟ୍ରେଡିଂ ପ୍ଲାଟଫର୍ମ ମାଧ୍ୟମରେ ଠକେଇ କରୁଥିଲେ।
ସେ ଗୁଣ୍ଟୁରର ଶ୍ରୀନଗର ଅଞ୍ଚଳର ବାସିନ୍ଦା ଅଟନ୍ତି। ତାଙ୍କ ବିରୁଦ୍ଧରେ ୯ ଜୁଲାଇ, ୨୦୨୪ ରେ ସାଇବର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା ଓ ଏହାର ତଦନ୍ତ କରି ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିଲା।
ଏହି ଠକେଇ ୭ ମଇ ୨୦୨୪ ରେ ଆରମ୍ଭ ହୋଇଥିଲା ଯେତେବେଳେ ସଞ୍ଜନା ନାମକ ଜଣେ ମହିଳା ଶ୍ରୀନିବାସନଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ ଓ ସେ ହଂକଂରେ IBM ସହିତ କାମ କରୁଥିବା ଜଣେ ସଫ୍ଟୱେର୍ ଡେଭଲପର ଭାବରେ ପରିଚୟ ଦେଇଥିଲେ ।ପରବର୍ତ୍ତୀ ସମୟରେ ଦୁହେଁ ହ୍ୱାଟ୍ସଆପ୍ ରେ କଥାବାର୍ତ୍ତା ଆରମ୍ଭ କରିଥିଲେ ଓ ତାଙ୍କ IBM ଦଳ ZAIF ରେ ଏକ ଡାଟା ସେଣ୍ଟର ସ୍ଥାପନ କରୁଥିବା ନେଇ ସେ କହିଥିଲେ।ଯାହାକି ଏକ କଥିତ ଡିଜିଟାଲ୍ ମୁଦ୍ରା ବିନିମୟ ଥିଲା। ଠକ ବ୍ୟକ୍ତି ପୀଡିତଙ୍କୁ ନକଲି ZAIF ପ୍ଲାଟଫର୍ମରେ ଏକ ଟ୍ରେଡିଂ ଆକାଉଣ୍ଟ ଖୋଲି ନିବେଶ କରିବାକୁ ରାଜି କରାଇଥିଲେ। ୨୩ ମଇରୁ ୨୪ ଜୁନ୍, ୨୦୨୪ ମଧ୍ୟରେ, ଠକମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ପୀଡିତ ୬,୧୬,୩୭,୦୮୪ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ପ୍ରାରମ୍ଭରେ, ବିଶ୍ୱାସ ଜିତିବା ପାଇଁ ଟ୍ରେଡିଂ ଆକାଉଣ୍ଟ ରେ ଲାଭ ଏବଂ କ୍ଷତି ଦର୍ଶାଇଥିଲେ। ପରେ ଯେତେବେଳେ ୧୧,୨୯୨ ଟଙ୍କାର କ୍ଷତି ଦେଖାଇଥିଲା ସେତେବେଳେ ଅଭିଯୁକ୍ତ ଏହି କ୍ଷତିକୁ ପୁନରୁଦ୍ଧାର ପାଇଁ ଅଧିକ ନିବେଶ କରିବାକୁ ଅନୁରୋଧ କରିଥିଲେ। ଯାହାପରେ ପ୍ଲାଟଫର୍ମରେ ଦର୍ଶାଇଥିବା ଲାଭ ଦ୍ୱାରା ପ୍ରଲୋଭିତ ହୋଇ ସେ ଅଧିକ ରାଶି ଜମା କରିବା ଜାରି ରଖିଥିଲେ। କିନ୍ତୁ ଯେତେବେଳେ ପୀଡିତ ତାଙ୍କ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ପ୍ଲାଟଫର୍ମର “କଷ୍ଟମର କେୟାର” ଫି ଭାବରେ ବାଲାନ୍ସ ଉପରେ ୨୦% ଦେୟ ଦାବି କରିଥିଲା ଓ ସେ ଅତିରିକ୍ତ ୮୯,୦୦,୦୦୦ ଟଙ୍କା ଜମା ମଧ୍ୟ କରିଥିଲେ। କିନ୍ତୁ ତଥାକଥିତ “ରିସ୍କ ନିୟନ୍ତ୍ରଣ ଦଳ” ବିଭିନ୍ନ ବାହାନାରେ ପାଣ୍ଠି ମୁକ୍ତ କରିବାକୁ ବାରମ୍ବାର ମନା କରିଦେଇଥିଲା।ପରେ ଏହା ଏକ ଠକେଇ ବୋଲି ଜାଣିବା ପରେ ପୀଡିତ ସାଇବର ଅପରାଧ ଥାନାରେ ଅଭିଯୋଗ କରିଥିଲେ।
Comments are closed.