Latest Odisha News

BREAKING NEWS

ଆଇପିଏଲରୁ ଅବସର ନେଲେ ରସେଲ

କୋଲକାତା: ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ହେବାକୁ ଥିବା ନିଲାମରେ ସେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ସମସ୍ତଙ୍କୁ ଚକିତ କରି ରବିବାର ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ତେବେ ସେ କୋଲକାତା ନାଇଟ ରାଇଡର୍ସ ଟିମ ସହିତ ଜଡିତ ରହିବେ । କେକେଆର ତାଙ୍କୁ ପାୱାର କୋଚ ଭାବେ ନିଯୁକ୍ତ କରିଛି । ଆଇପିଏଲ ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ୧୨ ବର୍ଷ ହେବ ସେ କେକେଆର ପକ୍ଷରୁ ଖେଳି ଆସୁଥିଲେ ।

୩୭ ବର୍ଷୀୟ ରସେଲ କେକେଆର ପକ୍ଷରୁ ୧୩୩ ମ୍ୟାଚ ଖେଳିଛନ୍ତି । ୨୦୧୪ ଓ ୨୦୨୪ ଟାଇଟଲ ବିଜେତା ଦଳର ସେ ସଦସ୍ୟ ଥିଲେ । ଗତ ସିଜନରେ ୧୨ କୋଟି ଟଙ୍କାରେ କେକେଆର ଟିମରେ ରଖିଥିଲା । ତାଙ୍କ ସାଥୀ ଖେଳାଳି କିରନ ପୋଲାର୍ଡ ପୂର୍ବରୁ ଅବସର ଘୋଷଣା କରି ମୁମ୍ବାଇ ଟିମର ବ୍ୟାଟିଂ କୋଚ ରହିଛନ୍ତି । ସେ ୫ ଥର ଆଇପିଏଲ ଟାଇଟଲ ଓ ୨ ଥର ଚାମ୍ପିୟନ୍ସ ଲିଗ ଜିତିଥିବା ମୁମ୍ବାଇ ଟିମ ସହିତ ରହିଥିଲେ । ପୋଲାର୍ଡ ୧୮୯ ମ୍ୟାଚରେ ୩୪୧୨ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ୬୯ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

Comments are closed.