Latest Odisha News

BREAKING NEWS

ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୮ ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ୪୫ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ନେଇ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି ।

ଆଜି ହଜାର ହଜାର ଅଙ୍ଗନୱାଡ଼ି କର୍ମୀ ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ପୋଲିସ ରାଜମହଲରେ ସେମାନଙ୍କୁ ଅଟକାଇଥିଲେ । ପରବର୍ତ୍ତୀ ସମୟରେ ଅଙ୍ଗନୱାଡ଼ି ସଂଘର ୮ ଜଣିଆ ପ୍ରତିନିଧିଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଆଲୋଚନା ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ଅଙ୍ଗନୱାଡ଼ି କର୍ମୀ ।

ଆଜିଠୁ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ଆସନ୍ତା ସୋମବାର ଠାରୁ କେନ୍ଦ୍ର ଖୋଲାଯିବ । ଆସନ୍ତାକାଲି ପୁଣି ଥରେ ପ୍ରଶାସନ ଅଙ୍ଗନୱାଡ଼ି କର୍ମୀ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.