Latest Odisha News

BREAKING NEWS

ପୁନର୍ବାର ଆଇପିଏଲକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସୌରଭ ଗାଙ୍ଗୁଲି ପୁନର୍ବାର କ୍ରିକେଟ ମୈଦାନକୁ ଫେରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ଏଥର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଦିଲ୍ଲୀ ଫ୍ରାଂଚାଇଜ ତାଙ୍କୁ ଟିମ ଡାଇରେକ୍ଟର ଭାବେ ନିଯୁକ୍ତ କରିଛନ୍ତି । ବିସିସିଆଇ ସଭାପତି ଭାବେ କାର୍ଯ୍ୟ ସମାପ୍ତ କରିବା ପରେ ଗାଙ୍ଗୁଲି ପୁନର୍ବାର ପ୍ରଫେଶନାଲ କ୍ରିକେଟ ସହ ଜଡିତ ହୋଇଛନ୍ତି । ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସର ମେଂଟର ଭାବେ କାର୍ଯ୍ୟ କରିଥିଲେ ।

ଏହାର ଫ୍ରାଂଚାଇଜ ଆଇପିଏଲ ବ୍ୟତୀତ ଦକ୍ଷିଣ ଆଫ୍ରିକା ଲିଭ ଏବଂ ଦୁବାଇ ଲିଗରେ ଟିମ କିଣିଥିବାରୁ ଗାଙ୍ଗୁଲିଙ୍କ ଦାୟିତ୍ୱ ଅଧିକ ରହିବ । ବିରାଟ କୋହଲି ଅଧିନାୟକ ପଦରୁ ହଟିବା କିଛି ଦିନ ପରେ ଗାଙ୍ଗୁଲି ମଧ୍ୟ ସମାନ ପରିସ୍ଥିତିରେ ତାଙ୍କ ପଦ ହରାଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.