ବଲାଙ୍ଗିର: ହଷ୍ଟେଲ ରୁମ୍ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରିଥିଲା ପୋଲିସ ।
ମୃତ ଛାତ୍ରୀଙ୍କ ଘର ବଲାଙ୍ଗିର ତଳପାଲିପଡ଼ାରେ । ସେ ତୃତୀୟ ବର୍ଷର ଛାତ୍ରୀ ଥିଲେ । ତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ଉଠିଛି । ସେ ଯଦି ଆତ୍ମହତ୍ୟା କରିଛନ୍ତି, ଏହା ପଛର କାରଣ କଣ ? କାହିଁକି ଛାତ୍ରୀ ଜଣଙ୍କର ଆତ୍ମହତ୍ୟା କଲେ ? ଛାତ୍ରୀ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି କି ? ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସତ ବାହାର କରିବା ବଲାଙ୍ଗିର ପୋଲିସ ଆଗରେ ଚ୍ୟାଲେଞ୍ଜ ।
Comments are closed.