Latest Odisha News

ଯାଜପୁର ଓ ଗଞ୍ଜାମବାସୀଙ୍କୁ ଅନୁଗୁଳ ମନା

ଅନୁଗୁଳ: ଗଞ୍ଜାମ ଓ ଯାଜପୁର ଫେରନ୍ତାଙ୍କୁ ଅନୁଗୁଳ ଜିଲ୍ଲା ଆସିବା ଉପରେ ରୋକ ଲଗାଇଲେ ସ୍ଥାନୀୟ ଜିଲ୍ଲାପାଳ।

ଏହି ଦୁଇ ଜିଲ୍ଲାରୁ ଆସୁଥିବା ଲୋକ ଅନୁଗୁଳରେ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ସେ ଏକ ନିର୍ଦେଶନାମା ଜାରି କରିବା ସହ ଅତି ଜରୁରୀ କାମରେ ଏହି ଦୁଇ ଜିଲ୍ଲାରୁ ଆସୁଥିବା ଲୋକ ୧୪ ଦିନିଆ ସରକାରୀ କ୍ବାରେଣ୍ଟଇନରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି ।

ଜିଲ୍ଲାରେ ଗତକାଲି ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ହେଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଓ ଯାଜପୁର ଜିଲ୍ଲା ଫେରନ୍ତା ହେଇଥିବାରୁ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏଭଳି ନିର୍ଦେଶନାମା ଜାରି କରିଛନ୍ତି ।

ଏହି ଦୁଇ ଜିଲ୍ଲାରୁ କୌଣସି ବ୍ୟକ୍ତି ଅନୁଗୁଳ ଜିଲ୍ଲାକୁ ନଆସିବାକୁ କହିଛନ୍ତି। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣରୁ ଉପରୋକ୍ତ ଦୁଇ ଜିଲ୍ଲାରୁ କେହି ଅନୁଗୁଳ ଜିଲ୍ଲାକୁ ଆସନ୍ତି ତେବେ ତାଙ୍କୁ ସରକାରୀ କ୍ୱାରେଣ୍ଟଟାଇନରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ରହିବାକୁ ହେବ।

ନିୟମର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.