Latest Odisha News

BREAKING NEWS

ଅଜବ ଗଜବ: ଛୋଟ ଶିଶୁର ଭ୍ରମ ସୃଷ୍ଟି କରୁଛି ଏହି ଅଜବ ଫୁଲ

ଭୁବନେଶ୍ୱର: ଅଜବ ଆମର ଏ ପ୍ରକୃତି । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ଅଛି । ଜୀବ ଜଗତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ହିଁ ତ ପ୍ରକୃତି ଏକ ଖାଦ୍ୟଶୃଙ୍ଖଳା କରିଛି । ଆମ ପୃଥିବୀ ପୃଷ୍ଠରେ ଏମିତି ଗଛ ତଥା ଜୀବଜନ୍ତୁ ଅଛନ୍ତି ଯାହା ବିଷୟରେ ଅନେକେ ଏଯାବତ ଜାଣି ନଥିବେ କି ଶୁଣି ନଥିବେ ।ଏମିତି ହିଁ ଏକ ଅଦ୍ଭୁତ ଗଛ ହେଉଛି ଅଙ୍ଗୁଲୋଆ ୟୁନିଫ୍ଲୋରା ଅର୍କିଡ଼।

ଫୁଲଟିକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଫୁଲ ନୁହେଁ ତ ସତେ ଯେମିତି ଏକ ଛୋଟ ଶିଶୁ । ଶିଶୁର ଭ୍ରମ ସୃଷ୍ଟି କରୁଥିବା ଏହି ଅଜବ ଫୁଲ ଦେଖିବାକୁ ପୁରା ଅଜବ । ଫୁଲକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେପରି କୌଣସି ଶିଶୁ ଫୁଲ ଭିତରେ ଶୋଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫୁଲର ଦାମ ବଜାରରେ ବହୁତ ଅଧିକ।

ଅଙ୍ଗୁଳିଆ ୟୁନିଫ୍ଲୋରା ଆର୍କିଡ଼ର ଏକ ଖାସ କଥା ହେଉଛି କି ଏହି ଫୁଲକୁ ଆପଣ ଯେଉଁ ପଟରୁ ଦେଖିବେ ସେପଟରୁ ସମାନ ଦେଖାଯିବ। ଲାଗିବ ସତେ ଯେମିତି ଗୋଟେ ଛୋଟ ଶିଶୁ ଶୋଇଛି ଏବଂ ଚାରିପଟେ ତାର କପଡା ଘେରା ହୋଇଛି। ସାଧାରଣତଃ ଏହି ଫୁଲ ଦକ୍ଷୀଣ ଆମେରିକା ମହାଦ୍ୱୀପର ଚିଲି ଏବଂ ପେରୁ ଦ୍ବୀପରେ ଦେଖିବାକୁ ମିଳେ । ଏହାର ସନ୍ଧାନ ପ୍ରଥମେ ହିପଲିଟୋ ରଇଜ ଲୋପେଜ ଏବଂ ଏଣ୍ଟନିଓ ପେଭୋନ ଜୀମେନେଜ କରିଥିଲେ।ଏହି ଅଜବ ଫୁଲର ସନ୍ଧାନ କରିବା ପାଇଁ ଉଭୟଙ୍କୁ ଅନେକ ବର୍ଷ ଲାଗିଥିଲା।

୧୭୮୮ ମସିହାରେ ଏହି ଅଜବ ଫୁଲ ଅଙ୍ଗୁଲୋଆ ୟୁନିଫ୍ଲୋରା ଅର୍କିଡ଼ର ସନ୍ଧାନ ହୋଇଥିଲା।ଏହି ଫୁଲର ନାମ ବନସ୍ପତି ବୈଜ୍ଞାନିକ ଡ଼ନ ଫ୍ରାନ୍ସସିସ୍କୋ ଦେ ଅଙ୍ଗୁଲଙ୍କ ନାଁ ରେ ରଖାଯାଇଛି। ଏହି ଫୁଲ ମୁଖ୍ୟତଃ କଲମ୍ବିଆ ,ଇକ୍ୱୱେଡର ଏବଂ ଭେନେଜୁଏଲାରେ ମିଳିଥାଏ। ଏହାର ଲମ୍ବ ୧୮ ରୁ ୨୪ ଇଞ୍ଚ ମଧ୍ୟରେ ହୋଇଥାଏ। ଏହି ଫୁଲର ରଙ୍ଗ ଧଳା, କ୍ରିମ କଲରର ଏବଂ ହଳଦିଆ ରଙ୍ଗର ହୋଇଥାଏ।

Comments are closed.