ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ସେ ଅଦାଲତରେ ଏକ ଆବେଦନ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଇଛନ୍ତି । ଫଳରେ ତାଙ୍କର ସମାଜରେ ସମ୍ମାନ ହାନୀ ହେଉଛି ଓ ବ୍ୟକ୍ତିତ୍ୱ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ୁଛି ବୋଲି ଅନିଲ ଅସନ୍ତୋଷ ବ୍ୟକ୍ତ କରିିଛନ୍ତି ।
ଅନିଲ ନିଜ ଆବେଦନରେ ଅଭିଯୋଗ କରିିଛନ୍ତି ଯେ, ଭିନ୍ନି ଭିନ୍ନ ପ୍ଲାଟଫର୍ମରେ ମୋର ନାମ, ସ୍ୱର, ଓ ଫଟୋର ଅପବ୍ୟବହାର କରାଯାଉଛି । ଏହା ଆଇନ ସଙ୍ଗତ ନୁହେଁ । ଏତଦ ଦ୍ୱାରା ମୋର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ୁଛି । ଏଥିପାଇଁ ମୁଁ ପ୍ରାୟତଃ ଚିନ୍ତାରେ ରହୁଛି । ଦୟାକରି ମୋତେ ନ୍ୟାୟ ଦିଅନ୍ତୁ । ଏସବୁ ଘଟଣା ଉପରେ ଅଙ୍କୁଶ ଲଗାଯାଉ । ସମାଜରେ ଭଲ ପରିଚୟ ସୃଷ୍ଟି କରିବାକୁ ହେଲେ ଅନେକ ସମୟ ଲାଗିଥାଏ । ତେଣୁ ମୋର କିଛି ଭୁଲ ନଥାଇ ବି ଅସାମାଜିକ ଲୋକଙ୍କ ପାଇଁ ସମ୍ମାନ ହାନୀ ଘଟୁଛି ।
ତେବେ ଏସବୁ ଅନିଲ କପୁରଙ୍କ ସହିତ ପ୍ରଥମଥର ଘଟିନାହିଁ । ଏହାପୂର୍ବରୁ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ଏମିତ ଘଟଣା ଘଟି ସାରିଛି । ସେ ବି ଏସବୁ ଉପରେ ଅଙ୍କୁଶ ଲଗାଇବାକୁ କୋର୍ଟରେ ଗୁହାରି କରିଥିଲେ ।
Comments are closed.