Latest Odisha News

BREAKING NEWS

ଅନୀଲଙ୍କ ଚମତ୍କାର ପ୍ରଦର୍ଶନ, ସର୍ଭିସେସ ସମ୍ମୁଖରେ ୩୭୬ ରନର ଟାର୍ଗେଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ୩୭୬ ରନର ଟାର୍ଗେଟ ସର୍ଭିସେସ ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ସର୍ଭିସେସ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିନେଇଛି । ଅନ୍ତିମ ଦିବସରେ ବିଜୟ ପାଇଁ ଦଳ ୩୩୦ ରନ ଆବଶ୍ୟକ କରୁଛି । ପଦାର୍ପଣ ମ୍ୟାଚରେ ଅନୀଲ ପରିଡା ୯୯ ରନ କରି ଅପରାଜିତ ରହିଥିଲେ । ଶେଷ ବ୍ୟାଟ୍ସମ୍ୟାନ ଭାବେ ତାପସ ଦାସ ରନ ଆଉଟ ହୋଇଯିବା ଫଳରେ ସେ ଶତକ ହାସଲ କରିପାରି ନ ଥିଲେ । ଓଡିଶା ୨୧୫ ରନରେ ୫ଟି ୱିକେଟ ହରାଇବା ପରେ ଅନୀଲ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥଲେ ।

ଷଷ୍ଠ ଏବଂ ୬ମ ୱିକେଟରେ ରାଜେଶ ଧୂପର ଓ ରାଜେଶ ମହାନ୍ତି ତାଙ୍କୁ ଭରପୂର ସହଯୋଗ କରିବା ଯୋଗୁ ଓଡିଶା ଦ୍ୱିତୀୟ ଇନିଂସରେ ୩୯୪ ରନ କରିଥିଲା । ଅନୀଲ ୧୫୯ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ତାଙ୍କ ଇନିଂସରେ ମାରିଥିଲେ । ଆଶୀର୍ବାଦ ସ୍ୱାଇଁ ୭୭, ରାଜେଶ ଧୂପର ୬୬, ରାଜେଶ ମହାନ୍ତି ୪୦ ରନ କରିଥିଲେ । ସର୍ଭିସେସର ଅମିତ ଶୁକ୍ଲା ୩ଟି ୱିକେଟ ନେଇଥିଲେ । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୧୮୦ ରନ ଜବାବରେ ସର୍ଭିସେସ ୧୯୯ ରନ କରିଥିଲା ।

Comments are closed.