Latest Odisha News

BREAKING NEWS

ଅନୀଲ ଶର୍ମା ଗଦର ୩ ଉପରେ ଆରମ୍ଭ କଲେ କାମ

ମୁମ୍ବାଇ: ବଲିଉଡ ଅଭିନେତା ସନୀ ଦେଓଲ ଓ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଗଦର ୨ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏବେ ଅନୀଲ ଗଦର ୩ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ଏହି ଖବର ପ୍ରକାଶ ପାଇଥିଲେ ମଧ୍ୟ ଏବେ ଏହା ଉପରେ ଅନୀଲ ମୋହର ମାରିଛନ୍ତି । ଗଦର ଓ ଗଦର ୨ର ସଫଳତା ପରେ ଏକ ନୂତନ କାହାଣୀ ଉପରେ ଗଦର ୩ ପର୍ଯ୍ୟବେଶିତ ହେବ । ସନୀ ଦେଓଲ ମଧ୍ୟ ତାରା ସିଂ ଭୂମିକାରେ ପୁନର୍ବାର ଅଭିନୟ କରିବା ନେଇ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଏବେ ଅନୀଲ ତାଙ୍କ ଟିମ ସହ କାହାଣୀ ଲେଖିବା ଆରମ୍ଭ କରିଛନ୍ତି । ଏଥର ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଉପରେ ଏହାର କାହାଣୀ ଲେଖୁଛନ୍ତି ।

୨୦୨୫ ଶେଷ ସୁଦ୍ଧା ଏହାର ଶୁଟିଂ ଆରମ୍ଭ ହେବ । ସନୀ ଏବେ ଲାହୋର ୧୯୪୭ର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହା ଶେଷ ହେବା ପରେ ଗଦର ୩ ପାଇଁ ଡେଟ ଫାଇନାଲ କରିବେ । ତାରା ସିଂ ଓ ସକୀନାଙ୍କ ପ୍ରେମ କାହାଣୀ ତୃତୀୟ ପାର୍ଟରେ କେଉଁ ଦିଗକୁ ଯିବ ସେ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ ।

Leave A Reply

Your email address will not be published.