Latest Odisha News

BREAKING NEWS

ଫିଲ୍ମ ‘ଆନିମଲ’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ରିଲିଜ୍‌, ରଣବୀରଙ୍କ ସହ ସ୍କ୍ରିନ୍ ସେୟାର କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଖୁବ୍ ଚର୍ଚ୍ଚାରେ । ଖୁବଶୀଘ୍ର ତାଙ୍କୁ ଏକ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ । ଏଥର ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟ ରଶ୍ମିକା ଓ ରଣବୀର ଆଗାମୀ ଫିଲ୍ମ ଆନିମଲରେ ନଜର ଆସିବେ । ନିକଟରେ ଆନିମଲରୁ ରଶ୍ମିକାଙ୍କର ଫାଷ୍ଟ ଲୁକ ରିଲିଜ ହୋଇଛି । ତାଙ୍କର ଏହି ଫାଷ୍ଟ ଲୁକ୍‌କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

ଫିଲ୍ମ ଆନିମଲର ମୁଖ୍ୟ ନାୟିକା ସାଜିଥିବା ରଶ୍ମିକା ଏଥିରେ ଗୀତାଞ୍ଜଳି ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଫାଷ୍ଟ ଲୁକ୍‌ରେ ସେ ଏକ ମେରୁନ୍ କଲରର ସିଲ୍କ ଶାଢୀ ପିନ୍ଧି ବହୁତ ସଂସ୍କାରି ନାରୀ ଲୁକ୍‌ରେ ନଜର ଆସିଛନ୍ତି । ରଶ୍ମିକାଙ୍କ ଏହି ଲୁକ ଦେଖି ପ୍ରଶଂସକମାନେ ଖୁବ ଇମ୍ପ୍ରେସ ହୋଇଛନ୍ତି । କିଛି ଦିନ ତଳେ ନିର୍ମାତା ଫିଲ୍ମ ‘ଆନିମଲ’ର ପୋଷ୍ଟର ଜାରି କରିଥିଲେ । ରଣବୀର କପୁରଙ୍କ ଲୁକ ପ୍ରଥମେ ସାମ୍ନାକୁ ଆସିଥିଲା । ଏହା ପରେ ଭେଟେରାନ ଅଭିନେତା ଅନିଲ କପୁରଙ୍କ ଫାଷ୍ଟ ଲୁକ ଦେଖିବାକୁ ମିଳିଥିଲା । ଅନିଲ କପୁରଙ୍କ ପରେ ଏବେ ଫିଲ୍ମରୁ ରଶ୍ମିକାଙ୍କ ଲୁକ ରିଲିଜ୍ ହୋଇଛି ।

ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ରଶ୍ମିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ନିର୍ମାତା ଫିଲ୍ମର କାହାଣୀକୁ ନେଇ ସସପେନ୍ସ ବଜାୟ ରଖିଛନ୍ତି । ପିଲ୍ମ ‘ଆନିମଲ’ ସେପ୍ଟେ୍ଟମ୍ବରରେ ରିଲିଜ ହେବାର ଥିଲା, କିନ୍ତୁ ‘ଯବାନ’ ସହିତ ଟକ୍କର ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ଡିସେମ୍ବର ୧ରେ ରିଲିଜ ହେବ । ଏଥିରେ ଅନିଲ କପୁର, ବବି ଦେଓଲ ଏବଂ ତୃପ୍ତି ଡିମରି ମଧ୍ୟ ଅଭିନୟ କରିଛନ୍ତି ।

Comments are closed.