Latest Odisha News

ବିଲେଇ ଓ ମଣିଷର ନିଆରା ବନ୍ଧୁତ୍ୱ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକି ବେଶ୍ ହୃଦୟସ୍ପର୍ଶୀ । ତେବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଲେଇ ମଣିଷକୁ ଭିତରେ ଥିବା ନିବିଡତାକୁ ଦର୍ଶାଇଛି ।

ଭିଡିଓରେ ଏକ ଧଳା ରଙ୍ଗର ବିଲେଇ ଧ୍ୱଂସସ୍ତୂପ ତଳେ ଚାପି ହୋଇ ରହିଥିଲା। ବିଲେଇ ବୋବାଉ ଥିବା ଶୁଣି ଉଦ୍ଧାରକାରୀ ଦଳ ବିଲେଇକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଉଦ୍ଧାର ହେବାପରେ ବିଲେଇ ଉଦ୍ଧାରକାରୀ କର୍ମଚାରୀଙ୍କ କାନ୍ଧ ଉପରକୁ ଚଢ଼ି ଯାଇଥିଲା ଏହାପରେ ଉଦ୍ଧାରକାରୀ କର୍ମଚାରୀ ତାକୁ କାନ୍ଧରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଲେଇ କର୍ମଚାରୀଙ୍କୁ ଛାଡ଼ିବା ନଥିଲା ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହୋଇଛି। ଭିଡିଓକୁ @historyinmeme ନାମକ ଟୁଇଟର ବ୍ୟବହାରକାରୀ ସେୟାର କରିଛନ୍ତି। ଏହାକୁ ପ୍ରାୟ ୨୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

Comments are closed.