Latest Odisha News

BREAKING NEWS

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଅନୀମେଶଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଆଥଲେଟ ଅନୀମେଶ କୁଜୁର ସ୍ଥାନ ପାଇଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଫେଡେରେଶନ କପ ଜାତୀୟ ଆଥଲେଟିକ୍ସରେ ଅନୀମେଶ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେ ୨୦.୪୦ ସେକେଣ୍ଡ ସମୟ ନେଇ ଅମ୍ଲାନ ବୋରୋଗୋହେନଙ୍କ ( ୨୦.୫୨ ସେକେଣ୍ଡ) ରେକର୍ଡ ଭଙ୍ଗ କରିଥିଲେ । ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ କୁଜୁର ଏବେ ଦକ୍ଷିଣ କୋରିଆର ଗୁମିରେ ମେ ୨୭ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି ।

କୁଜୁର ଏହା ପୂର୍ବରୁ ତାଙ୍କ ଭଲ ପ୍ରଦର୍ଶନ ପାଇଁ ଓଡିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ । ଫେଡେରେଶନ କପରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ କୁଜୁର ଜାମାଇକାର ମହାନ ଆଥଲେଟ ଉସେନ ବୋଲ୍ଟଙ୍କ ଶୈଳୀରେ ଖୁସି ମନାଇଥିଲେ । ଅନୀମେଶ ଜଣେ ଭଲ ଫୁଟବଲ ଖେଳାଳି ହେବାକୁ ଚାହୁଁଥିଲେ । ପରେ ସେ ଆଥଲେଟିକ୍ସରେ ମନୋନିବେଶ କରିଥିଲେ । ସେ ୧୦୦ ମିଟରରେ ୧୦.୩୨ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲେ ।

Comments are closed.