Latest Odisha News

BREAKING NEWS

କେଶ ପାଇଁ ଚର୍ଚ୍ଚାରେ ମିଲିନ୍ଦ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଲିନ୍ଦ ସୋମାନ ବହୁତ ସକ୍ରିୟ ରହନ୍ତି। ନିକଟରେ ସେ ନିଜର ନେକେଡ୍‌ ଫଟୋ ସେୟାର୍‌ କରି ବିବାଦ ଘେରକୁ ଆସିଥିଲେ। ତେବେ ପୁଣି ଥରେ ମିଲିନ୍ଦଙ୍କ ଚର୍ଚ୍ଚାକୁ ପରିସରକୁ ଟାଣି ହୋଇଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ଲମ୍ବା କେଶ କାଟୁଛନ୍ତି। ସେୟାର କରିଥିବା ଭିଡିଓରେ ମିଲିନ୍ଦ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଅଙ୍କିତା କୋନୱାର ତାଙ୍କର ଲମ୍ବା କେଶକୁ ବହୁତ ମିସ୍‌ କରିବେ।

ଭିଡିଓ ଏବଂ ଫଟୋ ସେୟାର କରି ମିଲିନ୍ଦ ଲେଖିଛନ୍ତି, ‘କାଲି ଖ୍ରୀଷ୍ଟମାସ ହେୟାର୍‌ କଟ୍‌ ହୋଇଥିଲା। ଅଙ୍କିତା କହିଛନ୍ତି ଯେ ସେ ମୋର ଲମ୍ବା କେଶକୁ ମିସ୍‌ କରିବେ କିନ୍ତୁ ବୋଧହୁଏ ଏହା ଶୀଘ୍ର ବଢିଯିବ। ଏହାପରେ ସେ ଆହୁରି ଲେଖିଛନ୍ତି ଯେ କୁହନ୍ତୁ ବାଲ୍‌ ଉପର୍‌ ୟା ନିଚେ?

ମିଲିନ୍ଦ ନିଜ କେଶ କାଟିବାର ଏକ ଭିଡିଓ ସେୟାର କରିବା ପରେ ଅଙ୍କିତା କୋନୱାର ମିଲିନ୍ଦଙ୍କୁ ସୁନ୍ଦର ବୋଲି କହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ୟୁ ଆର୍‌ ଠୁ କ୍ୟୁଟ୍‌”। କେବଳ ଅଙ୍କିତା ନୁହେଁ, ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପ୍ରଶଂସା କରିଛନ୍ତି।

Comments are closed.