Latest Odisha News

BREAKING NEWS

ରିିୟା ଗିରଫ ପରେ ଏମିତି କହିଲେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିିତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି । ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା ।

ରିୟା ଗିରଫ ହେବାପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ଅଙ୍କିତା ଲୋଖଣ୍ଡେ ଟ୍ୱିଟ କରି କହିଛନ୍ତି, ଭାଗ୍ୟ ଓ ସଂଯୋଗରୁ କିଛି ହାସଲ ହୁଏନାହିଁ । ମଣିଷ ନିଜ କର୍ମରେ ନିଜ ଭାଗ୍ୟ ତିଆରି କରିଥାଏ । ସୁଶାନ୍ତଙ୍କ ଭଉଣୀ ଶ୍ଵେତା ମଧ୍ୟ ଏକ ଟ୍ୱିଟ କରିଥିଲେ। ଶ୍ଵେତାଙ୍କ ଟ୍ୱିଟରେ ମଧ୍ୟ ଅଙ୍କିତା ପ୍ରତିକ୍ରିୟା ରଖିଥିଲେ । ଶ୍ଵେତା ଲେଖିଛନ୍ତି, ଭଗବାନ ଆମ ସହିତ ଅଛନ୍ତି ।

ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ ।

Leave A Reply

Your email address will not be published.