ନୂଆଦିଲ୍ଲୀ: ଆନ୍ତର୍ଜାତୀୟସ୍ତରରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନରେ ସୁଧାର ଘଟିବାରେ ଲାଗିଛି । ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଜାଭେଲିନ ଥ୍ରୋୟର ଭାବେ ଅନ୍ନୁ ରାନୀ ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ବି ଯୋଗ୍ୟତା ପର୍ଯ୍ୟାୟରେ ସେ ୫୯.୬୦ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ନୁ ଆରମ୍ଭ ୨ଟି ଥ୍ରୋ ଭଲ କରି ନ ଥିଲେ । ଶେଷ ଥ୍ରୋରେ ସେ ଗ୍ରୁପ ବିରେ ୫ମ ସ୍ଥାନରେ ଏବଂ ୩ଟି ଯାକ ଗ୍ରୁପର ଫଳାଫଳ ବିଚାରକୁ ନେଲେ ସେ ୧୨ଜଣଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛନ୍ତି । ଚଳିତ ସିଜନରେ ଅନ୍ନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୩.୬୨ ମିଟର ରହିଛି । ଯଦି ସେ ଫାଇନାଲରେ ଏହାଠାରୁ ଭଲ ପ୍ରଦର୍ଶନ କରନ୍ତି ତାହାହେଲେ ପଦକ ସମ୍ଭାବନାକୁ ଏଡେଇ ଦେଇ ହେବ ନାହିଁ । ପୂର୍ବରୁ ୨୦୧୯ରେ ଦୋହା ବିଶ୍ୱ ଚାମ୍ପିୟନଶିପର ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଶେଷରେ ୮ମ ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ ।
BREAKING NEWS
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
- ଖେଳାଳିଙ୍କ ଚାପରେ ନରମିଲା ବିସିବି, ପଦରୁ ହଟିଲେ ନଜମୁଲ ଇସଲାମ
- Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…
- ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ନିଆଁ…
Comments are closed.