ନୂଆଦିଲ୍ଲୀ: ଆନ୍ତର୍ଜାତୀୟସ୍ତରରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନରେ ସୁଧାର ଘଟିବାରେ ଲାଗିଛି । ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଜାଭେଲିନ ଥ୍ରୋୟର ଭାବେ ଅନ୍ନୁ ରାନୀ ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ବି ଯୋଗ୍ୟତା ପର୍ଯ୍ୟାୟରେ ସେ ୫୯.୬୦ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ନୁ ଆରମ୍ଭ ୨ଟି ଥ୍ରୋ ଭଲ କରି ନ ଥିଲେ । ଶେଷ ଥ୍ରୋରେ ସେ ଗ୍ରୁପ ବିରେ ୫ମ ସ୍ଥାନରେ ଏବଂ ୩ଟି ଯାକ ଗ୍ରୁପର ଫଳାଫଳ ବିଚାରକୁ ନେଲେ ସେ ୧୨ଜଣଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛନ୍ତି । ଚଳିତ ସିଜନରେ ଅନ୍ନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୩.୬୨ ମିଟର ରହିଛି । ଯଦି ସେ ଫାଇନାଲରେ ଏହାଠାରୁ ଭଲ ପ୍ରଦର୍ଶନ କରନ୍ତି ତାହାହେଲେ ପଦକ ସମ୍ଭାବନାକୁ ଏଡେଇ ଦେଇ ହେବ ନାହିଁ । ପୂର୍ବରୁ ୨୦୧୯ରେ ଦୋହା ବିଶ୍ୱ ଚାମ୍ପିୟନଶିପର ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଶେଷରେ ୮ମ ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ ।
BREAKING NEWS
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
Comments are closed.