Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୦୪୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଏଠାରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୦୪୧ ପଜିଟିଭ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ । ସେହିପରି ସୁସ୍ଥ ହୋଇଛନ୍ତି ୯୪୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୬୭ ଜଣ ଅଛନ୍ତି । ଅନ୍ୟ ଅଞ୍ଚଳ କଥା ଯଦି ଦେଖିବା ତାହେଲେ, ପଟିଆରୁ ୪୯, ନୟାପଲ୍ଲୀରୁ ୪୪, ଓଲ୍ଡ ଟାଉନରୁ ୪୪, ଡୁମୁଡୁମାରୁ ୩୫, ଶୈଳଶ୍ରୀବିହାରରୁ ୨୫, ସାମନ୍ତରାପୁର ଓ ରସୁଲଗଡ଼ରୁ ୧୯ ଜଣ ଲେଖାଏଁ, ଚନ୍ଦ୍ରଶେଖରପୁରରୁ ୨୮, ବରମୁଣ୍ଡାରୁ ୨୮, ନୀଳାଦ୍ରିବିହାରରୁ ୨୨, ବଡ଼ଗଡ଼ରୁ ୨୬, ଭରତପୁରରୁ ୧୬ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୨ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୧୦, ନୟାପଲ୍ଲୀରୁ ୧୧, ଚନ୍ଦ୍ରଶେଖରପୁରରୁ ୮ ଜଣ ଅଛନ୍ତି । ଏହାସହ ଭୁବନେଶ୍ବର ବାକି ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭ୍ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୮ ହଜାର ୯୯୭ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୫୫ ହଜାର ୮୧୦ ଜଣ ସୁସ୍ଥ ହୋଇଥିବା ବେଳେ, ୩୧୪ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୮୫୨ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.