ନୂଆପଡ଼ା: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆପଡ଼ାର ଆଉ ୧୧ ସିଆରପିଏଫ ଯବାନ ।
ସଂକ୍ରମିତ ଯବାନମାନେ ୧୮ ଜଣିଆ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟରେ ରହୁଥିଲେ । ଏମାନେ ଦେଶର ବିଭିନ୍ନ ରାଜ୍ୟରୁ ନିଜ କର୍ତ୍ତବ୍ୟରେ ଯୋଗଦେବାକୁ ଫେରିଥିଲେ। ଏହି ଯବାନମାନେ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା, ବିହାର, ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଛତିଶଗଡ ଭଳି ରାଜ୍ୟରୁ ଆସିଥିବା ଜଣାପଡିଛି।
୨୧୬ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ରାଜେଶ ଭାଟସା ଦେଇଥିବା ସୁଚନା ଅନୁସାରେ, ନିଜ ନିଜ ଅଞ୍ଚଳରୁ ଫେରିବା ପରେ ସମସ୍ତ ୧୮ ଜଣ ଯବାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା।
ପରବର୍ତ୍ତୀ ସମୟରେ ସେମାନଙ୍କର ରାପିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଆସିଥିବା ଯବାନ ମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ପୂର୍ବରୁ ଅନ୍ୟ ୧୧ ଜଣ ସିଆରପିଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନେ ଏବେ ସୁସ୍ଥ ଥିବା ଜଣାପଡିଛି ।
Comments are closed.