Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଥମିବାର ନାଁ ନେଉନି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୬୨୭ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୮୮ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୭୮ ଜଣ ଥିବା ବେଳେ କଟକରୁ ୭୭୦, ଅନୁଗୁଳରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗିରରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ବରରୁ ୩୪୦, ଝାରସୁଗୁଡ଼ାରୁ ୨୯୮, ନବରଙ୍ଗୁପରରୁ ୨୯୦, ବରଗଡ଼ରୁ ୨୮୭ ଓ ନୟାଗଡ଼ରୁ ୨୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏସବୁ ଜିଲ୍ଲାକୁ ବାଦଦେଲେ ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୩୬, ଜଗତସିଂହପୁରରୁ ୨୩୪, ବୌଦ୍ଧରୁ ୨୨୭, ସୋନପୁରରୁ ୨୧୧, କଳାହାଣ୍ଡିରୁ ୨୦୬, ନୂଆପଡ଼ାରୁ ୨୦୧, ଢେଙ୍କାନାଳରୁ ୧୭୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୬୫, କେନ୍ଦ୍ରାପଡ଼ାରୁ ୧୩୬, ଦେବଗଡ଼ରୁ ୧୨୨, ଗଜପତିରୁ ୧୦୨, କନ୍ଧମାଳରୁ ୭୦ ଓ ଷ୍ଟେଟ୍ ପୁଲରୁ ୩୫୧ ଜଣ ସୁସ୍ଥ ହୋଇଚନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫ ଲକ୍ଷ ୮୯ ହଜାର ୬୧୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.