Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୧୧୮୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ମଧ୍ୟ ବଢୁଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୧ ହଜାର ୮୨୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡ଼ରୁ ୪୫୭, ଝାରସୁଗୁଡ଼ାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗିରରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ବାଲେଶ୍ବରରୁ ୨୬୦ ଓ ଯାଜପୁରରୁ ୨୩୭ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଗଞ୍ଜାମରୁ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ, ନୂଆପଡ଼ାରୁ ୨୨୯, କେନ୍ଦ୍ରାପଡ଼ାରୁ ୨୦୩, ଦେବଗଡ଼ରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡ଼ରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡ଼ାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତି ଓ କୋରାପୁଟରୁ ୧୨୦ ଜଣ ଲେଖାଏଁ, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନଗିରିରୁ ୫୮ ଓ ଷ୍ଟେଟ୍ ପୁଲରୁ ୩୦୧ ଜଣ ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫ ଲକ୍ଷ ୨୬ ହଜାର ୩୫୩ ଜଣ ।

Leave A Reply

Your email address will not be published.