Latest Odisha News

BREAKING NEWS

କୁଆଖାଇରୁ ମିଳିଲା ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଉଦ୍ଧାର ହେଲା  କୁଆଖାଇରେ ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ । ଗତକାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି  । ସେମାନେ ହେଲେ ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩) । ଗତକାଲି ୨ ଯୁବ ଇଞ୍ଜିନିୟର ଝାଡ଼ଖଣ୍ଡ ଜାମ୍‌ସେଦପୁରର ଆରିଆନ୍ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସୂଚନାଥାଉ କି, ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ କୁଆଖାଇ ପଠାରେ ଭୋଜି କରିବାକୁ ଯାଇଥିଲେ ଅଟଳରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ।  ୪ ଜଣ ଛାତ୍ର ଭୋଜି ସରିବା ପରେ କଲେଜକୁ ଫେରି ଆସିଥିଲେ । ଅନ୍ୟ ୫ ଜଣ ସେଠାରେ ରହି ଯାଇଥିଲେ । ସେମାନେ     କୁଆଖାଇକୁ ଗାଧୋଇବା ପାଇଁ ଯାଇଥିଲେ । ପ୍ରଖର ସ୍ରୋତରେ ୪ ଜଣ ଭାସି ଯାଇଥିଲେ ।

ସାଙ୍ଗମାନେ ଭାସି ଯାଉଥିବାଦେଖି ଜଣେ ଛାତ୍ର ଚିତ୍କାର କରିଥିଲା । ସେଠାରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ୨ ଜଣଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ୟ ୨ ଛାତ୍ୟଙ୍କୁ ଖୋଜାଖୋଜି କରାଯାଇଥିଲା । ହେଲେ ନିଖୋଜି ୨ଛାତ୍ରଙ୍କର କୌଣସି ପତ୍ତା ମିଳି ନ ଥିଲା । ଆଜି ସକାଳୁ ଦମକଳବାହିନୀ ସେମାନଙ୍କ ମୃ୍ତଦେହ ଉଦ୍ଧାର କରିଥିଲା ।

ସୂଚନାଥାଉ କି, ଗତ ମେ’ ୨୭ ତାରିଖ ଅପରାହ୍ଣରେ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ ଗତକାଲିର ଏହି ଘଟଣା ସମସ୍ତଙ୍କ ମନକୁ ଆହୁରି ଶୋକାକୁଳ କରିଦେଇଛି ।

Comments are closed.