ଗଞ୍ଜାମ: ଗଂଜାମରେ ଆଜି ପୁଣି ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେବା ସହ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆମେ ଆମ କୋଭିଡ ଯୋଦ୍ଧାଙ୍କୁ ହରାଇଛୁ। ଜିଲ୍ଲା ପ୍ରଶାସନ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ଅଛି। ଏଥିସହିତ ଗଞ୍ଜାମର ସମସ୍ତ ବାସିନ୍ଦା ବାଧ୍ୟତାମୂଳକ ଭାବେ ସାମଜିକ ଦୂରତା ଅବଲମ୍ବନ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଆମ କୋଭିଡ ଯୋଦ୍ଧାଙ୍କ ସାହାଯ୍ୟ କରି ପାରିବା ବୋଲି ସେ ସୂଚନା ଦେଇଛନ୍ତି।
We lost our Covid Warrior. Entire District Administration is with their families. We request all people in Ganjam to follow social distancing norms . By doing this you will help our covid warriors in fighting this war @CMO_Odisha @HFWOdisha @SRC_Odisha pic.twitter.com/px0hXPWy9y
— Collector & District Magistrate, Ganjam (@Ganjam_Admin) August 5, 2020
ମହାମାରୀ କରୋନା ଯୁଦ୍ଧରେ ହାରି ଯାଇଥିବା ଗଞ୍ଜାମର ତିନିଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଶିବ ରାମ ଦାସ ତାରସିଙ୍ଗି ପୁଲିସ ଷ୍ଟେସନ୍ରେ ଏଏସ୍ଆଇ ଭାବେ ନିୟୋଜିତ ଥିଲେ। ସେହିପରି ମୃତ୍ୟୁ ହୋଇଥିବା ଅନ୍ୟ ଜଣେ କରୋନା ଯୋଦ୍ଧାଙ୍କ ନାମ ଅଶୋକ କୁମାର ପଣ୍ଡା। ସେ ଗଞ୍ଜାମ ଜିଲ୍ଲା ଆସ୍କାର ଏନଏସିର ଏକଜିକ୍ୟୁଟିଭ୍ ଅଫିସର ଭାବେ କାମ କରୁଥିଲେ। ଅନ୍ୟ ଜଣେ ମୃତ କୋଭିଡ ଯୋଦ୍ଧାଙ୍କ ନାମ ଅରୁଣ କୁମାର ବେହେରା। ସେ ଗଞ୍ଜାମ ଜିଲ୍ଲାରେ ଜଗନାଥପ୍ରସାଦ ବ୍ଲକ୍ରେ ସେକ୍ସନ୍ ଅଫିସର ଥିଲେ। ଏହି ତିନି ଜଣ ନିଜର କର୍ତ୍ତବ୍ୟ ସଂପାଦାନ କରିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ।
Comments are closed.