Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୪୫ ପଜିଟିଭ ଚିହ୍ନଟ, ୩୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରୁ ପୁଣି ପଜିଟିଭ ବାହାରିଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୩୧ଜଣ ସୁସ୍ଥ ହୋଇଛନ୍ତି।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରମୁଣ୍ଡାର ୪୮ ବର୍ଷର ବ୍ୟକ୍ତି । ସେହିପରିକେଦାରଗୌରୀ ଅଞ୍ଚଳର ଜଣେ ୫୬ ବର୍ଷର ବ୍ୟକ୍ତି, ସାଲିଆ ସାହିର ୨୭ ବର୍ଷୀୟା ମହିଳା, ଖଣ୍ଡିଗିରି ଆମ୍ରି ହସ୍ପିଟାଲ ନିକଟରୁ ୨୯ ବର୍ଷର ଯୁବକ,ସୁବାର ନଗର ବସ୍ତିର ୩୬ ବର୍ଷର ବ୍ୟକ୍ତି, ପୁରୁଣା ଭୁବନେଶ୍ୱର ଜମ୍ବେଶ୍ୱର ପାଟନାର ୪୮ ବର୍ଷର ଯୁବକ, ୟୁନିଟ ୪ ଏମଏଲଏ କଲୋନୀର ୭୨ ବର୍ଷର ବୃଦ୍ଧ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ୬୫ ବର୍ଷର ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ମଂଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୯ ଜଣ, ସାମନ୍ତରାପୁର ନୂଆଗାଁ ଅଂଚଳରୁ ୬ଜଣ, ପ୍ରାଇଭେଟ ହସ୍ପିଟାଲର ୩ ଜଣ କର୍ମଚାରୀ, ଚନ୍ଦ୍ରଶେଖରପୁର, ଆଇଗିଣିଆ, ସତ୍ୟନଗରରୁ ଜଣେ ଲେଖାଲଁ ଚିହ୍ନଟ ହୋଇଛନ୍ତି । ସେହିପରି ମଂଚେଶ୍ୱର କଳିଙ୍ଗ ବେକରୀରୁ ୩ ଜଣ, ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ୍‌-୪ ମାର୍କେଟ କମ୍ଲେକ୍ସ, ଅଶୋକ ନଗର, ବରମୁଣ୍ଡା, ଓଲ୍ଡ ଟାଉନରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସରକାରୀ ହସ୍ପିଟାଲରୁ ୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ୩୭ ଜଣ କ୍ୱାରେଂଟାଇନ୍‌ରେ ଥିଲେ ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଁଚିଛି । ଏହା ମଧ୍ୟରୁ ୨୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣ ପ୍ରାଣ ହରାଉଛନ୍ତି । ୧୬୦ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.