Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୫୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୯ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୪୩ ଓ ନୂଆପଡ଼ାରୁ ୩୮ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୩୨, ଝାରସୁଗୁଡ଼ାରୁ ୨୯, ଅନୁଗୁଳରୁ ୨୪, କଟକରୁ ୨୨, ବାଲେଶ୍ବର ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ, ବଲାଙ୍ଗୀରରୁ ୧୫, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୧୦, ପୁରୀ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ, ଯାଜପୁରରୁ ୮, ଭଦ୍ରକ, ଦେବଗଡ଼, ଗଜପତି ଓ ନବରଙ୍ଗପୁରରୁ ୫ ଜଣ ଲେଖାଏଁ, କନ୍ଧମାଳରୁ ୪, କେନ୍ଦ୍ରାପଡ଼ା, କୋରାପୁଟ ଓ ସୋନପୁରରୁ ୨ ଜଣ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୦ ହଜାର ୬୨ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.