Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୬୩୪ ଜଣ, ଖୋର୍ଦ୍ଧାରୁ ୧୧୪୬

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ ୫ ହଜାର ୬୩୪ ଜଣ କୋଭିଡ୍ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୯୧ ହଜାର ୪୮କୁ ବୃଦ୍ଧି ପାଇଛି ।

ସଂକ୍ରମଣ ଭଳି ସୁସ୍ଥରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୪୫୧ ଜଣ, ସୁନ୍ଦରଗଡ଼ରୁ ୪୨୬, କଟକରୁ ୩୬୭, ନୂଆପଡ଼ାରୁ ୩୧୮, ପୁରୀରୁ ୩୦୫, ନବରଙ୍ଗପୁରରୁ ୨୫୨, ସମ୍ବଲପୁରରୁ ୨୨୯, ବଲାଙ୍ଗିରରୁ ୨୦୯, କେନ୍ଦୁଝରରୁ ୧୯୨, ଝାରସୁଗୁଡ଼ାରୁ ୧୭୬, ଗଞ୍ଜାମରୁ ୧୫୩, ସୋନପୁରରୁ ୧୨୯, ଯାଜପୁର ଏବଂ ମୟୂରଭଞ୍ଜରୁ ୧୧୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ରାୟଗଡ଼ାରୁ ୧୦୮ ଜଣ, ବରଗଡ଼ରୁ ୮୯, ବାଲେଶ୍ୱରରୁ ୭୮, ଅନୁଗୁଳରୁ ୭୨, ଭଦ୍ରକରୁ ୭୧, ଗଜପତିରୁ ୬୯, ନୟାଗଡ଼ରୁ ୬୮, ଦେବଗଡ଼ରୁ ୬୭, କୋରାପୁଟରୁ ୪୮, ଜଗତସିଂହପୁରରୁ ୪୭, କେନ୍ଦ୍ରାପଡ଼ାରୁ ୪୧, କନ୍ଧମାଳରୁ ୨୬, ବୌଦ୍ଧରୁ ୧୩, ମାଲକାନଗିରିରୁ ୯, ଢେଙ୍କାନାଳରୁ ୬ ଜଣ ଏବଂ ଷ୍ଟେଟପୁଲରୁ ୨୩୯ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.