Latest Odisha News

BREAKING NEWS

ଖୁସି ଖବର, ୨୨ ଜିଲ୍ଳାରୁ ସୁସ୍ଥ ହେଲେ ଆଉ ୬୮୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ଢ଼େର ଅଧିକା ରହିଛି ସୁସ୍ଥ ହାର । ଆଜି ରାଜ୍ୟରେ ପୁଣି ଆଉ ୬୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୩୦୭ ଜଣ ଅଛନ୍ତି । ସେହିପରି ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡରୁ ୩୫, ଝାରସୁଗୁଡାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮, କୋରାପୁଟରୁ ୧୭, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୪, ବରଗଡରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ୱର, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୧, ରାୟଗଡାରୁ ୧୦, ଅନୁଗୁଳରୁ ୫, ନବରଙ୍ଗପୁରରୁ ୩, କଳାହାଣ୍ଡିରୁ ୨ ଓ ବଲାଙ୍ଗିର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୬୦ରେ ପହଂଚିଛି । ସେହିଭଳି ଆଜି ଏହି ମହାମାରୀରେ ୭ ଜଣଙ୍କ ମୃତ୍ୟୁ  ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ଘଟିଛି।

Leave A Reply

Your email address will not be published.