Latest Odisha News

BREAKING NEWS

ରାଜ୍ୟରୁ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହେବା ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ପୁରୀରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବର ଓ ଝାରସୁଗୁଡ଼ାରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬ ଜଣ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, ଯାଜପୁର ଓ ସୋନପୁରରୁ ୩ ଜଣ ଲେଖାଏଁ, ଦେବଗଡ଼ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼, କଟକ, କଳାହାଣ୍ଡି ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୫ ହଜାର ୩୨୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.