ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ତ ହୋଇଛନ୍ତି ୭୩ ଜଣ କରୋନା ସଂକ୍ରମିତ । ୧୩ଟି ଜିଲ୍ଲାରୁ ଏହି ସଂକ୍ରମିତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୪୭ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।
2 each from Balasore, Jagatsinghpur, Jharsuguda and Kalahandi
1 from Bolangir.The total recovered cases of #Odisha now stand at 3047.
(2/2)— H & FW Dept Odisha (@HFWOdisha) June 17, 2020
ସୁସ୍ଥ୍ୟ ହୋଇଥବବା ସଂକ୍ରମିତଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି । ସେହିପରି କେନ୍ଦୁଝରରୁ ୧୧ ଜଣ, ଖୋର୍ଦ୍ଧାରୁ ୧୦ ଜଣ, ଭଦ୍ରକରୁ ୯ ଜଣ, ଯାଜପୁରରୁ ୭ ଜଣ, ମୟୂରଭଂଜରୁ ୬ ଜଣ, ଗଂଜାମରୁ ୪ ଜଣ, କଟକରୁ ୩ ଜଣ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ବ୍ୟକ୍ତି କରୋନା ରୋଗରୁ ସୁସ୍ଥ ହୋଇଛନ୍ତି।
Comments are closed.