ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ୬୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୭୫ ଜଣ ସୁସ୍ଥ ହୋଇଛନ୍ତି । ଏହି ୭୫ କରୋନା ଆକ୍ରାନ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
Another 75 #COVID19 patients have recovered and are being discharged.
25 from Jajpur
19 from Ganjam
9 from Cuttack
8 from Puri
3 each from Nayagarh & Kendrapara
2 each from Kandhamal & Balangir
1 each from Keonjhar, Boudh, Sambalpur & Khurda— H & FW Dept Odisha (@HFWOdisha) May 28, 2020
ତେବେ ଆଜି ସୁସ୍ଥ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ ୨୫ ଜଣ ଅଛନ୍ତି । ସେହିପରି ଗଂଜାମର ୧୯, କଟକର ୯, ପୁରୀର ୮, ନୟାଗଡ ଓ କେନ୍ଦ୍ରାପଡାର ୩ଜଣ ଲେଖାଏଁ, କନ୍ଦମାଳ ଓ ବଲାଙ୍ଗିରର ୨ ଜଣ ଲେଖାଏଁ, ସେହିପରି କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାର ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୮୭ରେ ପହଂଚିଛି ।
Comments are closed.