ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ଆଉ ୮୦୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୧୯ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୬୯୦ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ଆଉ ୫୯୮ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।
ସଂକ୍ରମିତଙ୍କ ମଧ୍ୟରୁ ଓଲ୍ଡ ଟାଉନରୁ ସର୍ବାଧିକ ୬୪ ଜଣ ଥିବା ବେଳେ, ପଟିଆରୁ ୫୮, ଖଣ୍ଡଗିରିରୁ ୫୦, ନୟାପଲ୍ଲୀରୁ ୩୮, ଚନ୍ଦ୍ରଶେଖରପୁରରୁ ୩୬, ଲକ୍ଷ୍ମୀସାଗରରୁ ୧୫, ବରମୁଣ୍ଡାରୁ ୨୧, ଜୟଦେବବିହାରରୁ ୧୮, ସୁନ୍ଦରପଦାରୁ ୧୯, ପୋଖରୀପୁଟରୁ ୧୭, ରସୁଲଗଡ଼ରୁ ୧୫, ମଞ୍ଚେଶ୍ବରରୁ ୧୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୪୬ ହଜାର ୩୧୭ ଜଣ । ଏମାନଙ୍କ ମଧ୍ୟରୁ ୩୭ ହଜାର ୬୫୨ ଜଣ ସୁସ୍ଥ ହୋଇଥିବା ବେଳେ, ୨୬୬ ଜଣଙ୍କ ଜୀବନ ନେଲାଣି ଭଭାଇରସ । ବାକି ୮୩୭୮ ଜଣଙ୍କ ଚିକିତ୍ସା ଚାଲିଛି ।
Comments are closed.