Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ନିଦ ହଜିଲାଣି । କିନ୍ତୁ ଏସବୁ ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୨ କରୋନା ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକ ଓ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିପରି ଖୋର୍ଦ୍ଧାରୁ ୧୨, ଯାଜପୁରରୁ ୭, ଗଞ୍ଜାମ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ଅନୁଗୁଳରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବାଲେଶ୍ବର ଓ ବରଗଡ଼ରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, କେରାପୁଟ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୨୦୬ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.