Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କମୁଛି କରୋନା ମହାମାରୀ କାୟା । ସଂକ୍ରମଣ ସଂଖ୍ୟା କମୁଥିବା ବେଳେ, ସୁସ୍ଥ ହୋଇ ଫେରୁଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରୁ ଆଉ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ପୁରୀରୁ ୧୧, ସମ୍ବଲପୁରରୁ ୯, ବରଗଡ଼, ଯାଜପୁର ଓ କଟକରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୫, ବଲାଙ୍ଗିର ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ, ବାଲେଶ୍ବରରୁ ୩, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏଥିସହ ଗଞ୍ଜାମ, ଜଗତସିଂହପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୩ ଲକ୍ଷ ୩୩ ହଜାର ୬୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

Comments are closed.