Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ମହାମାରୀ କରୋନାର କୋପ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୯୭୦୬ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୮୭ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୩, ବରଗଡ଼ରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨, ଝାରସୁଗୁଡ଼ାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡ଼ାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡ଼ରୁ ୨୨୬, ଭଦ୍ରକରୁ ୨୦୬, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୫, କେନ୍ଦୁଝରରୁ ୧୬୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ରାୟଗଡ଼ାରୁ ୧୫୦ ଜଣ ସୁସ୍ଥ ହୋଇଥିବା ବେଳେ, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୨, ବାଲେଶ୍ବରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୭ ଓ ଷ୍ଟେଟ୍ ପୁଲରୁ ୩୬୦ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪ ଲକ୍ଷ ୫୭ ହଜାର ୫୬୯ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.