Latest Odisha News

BREAKING NEWS

ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ଦିଲ୍ଲୀ:  ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ।  ସେ ମହିଳା ବୋଲି ଜଣାପଡିଛି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।  ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି।

ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଫୁଲିଥିଲା। ଏଥିପାଇଁ ସେ ନିଜ ଆଡ଼ୁ ହସ୍ପିଟାଲ ଆସି ନମୁନା ପରୀକ୍ଷା କରିଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେରଳ ପରେ ଦିଲ୍ଲୀରେ ମଙ୍କି ପକ୍ସ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ 4 ଜଣ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।

Comments are closed.